ବିଞ୍ଝାରପୁର ସାମ୍ବାଦିକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର – ବିଞ୍ଝାରପୁରେ ପଞ୍ଚାୟତ ଭୋଟ ବେଳେ ସାମ୍ବାଦିକମାନଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ମଳିକକୁ ଗିରଫ କରାଯାଇଛି । ଅନ୍ୟ ୨୫ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ଗତକାଲି ବୁଥ ରିଗିଂ ଖବର ସଂଗ୍ରହ ବେଳେ ସାମ୍ବାଦିକମାଧଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଥିଲା । ଏ ନେଇ ସାମ୍ବାଦିକ ମାନେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିଲେ ।

Comments are closed.