କେସିଙ୍ଗାରେ ଧାନ ବୋଝେଇ ଟ୍ରକକୁ ପିଟିଲା ବୋଲେରୋ, ୪ ମୃତ

ଭବାନୀପାଟଣା -କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ତୁର୍ଲାଖମନ ଛକରେ ଦୁର୍ଘଟଣା । ଧାନ ବୋଝେଇ ଟ୍ରକ ସହ ବୋଲେରୋର ଧକ୍କା ହେବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି ।

୭ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଛି । ମୃତକଙ୍କ ମଧ୍ୟରେ ୩ ମହିଳା ଅଛନ୍ତି । ବୋଲେରୋରେ ମୋଟ ୧୧ ଜଣ ଯାତ୍ରୀ ଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Comments are closed.