ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୨୭ ଜିଲ୍ଲାର ୬୪ ବ୍ଲକରେ ଭୋଟ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୨୭ଟି ଜିଲ୍ଲାରେ ୬୪ଟି ବ୍ଲକରେ ଭୋଟ୍ ଗ୍ରହଣ କରାଯାଉଛି । ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେଉଛି । ୧୭ ହଜାର ୮୯ଟି ବୁଥରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ମୋଟ ୫୧ ଲକ୍ଷ ୩୧ ହଜାର ୭୨୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିବେ ।

ମତଦାନ ପାଇଁ ବୁଥ୍ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସାରା ରାଜ୍ୟରେ ମୁତୟନ ହୋଇଛନ୍ତି ୨୫୭ ପ୍ଲାଟୁନ୍ ଫୋର୍ସ । ପାଟ୍ରୋଲିଂ ପାଇଁ ୧୪୭୩ଟି ମୋବାଇଲ ୟୁନିଟ୍ ଗଠନ କରାଯାଇଛି ।

Comments are closed.