ଆଜି ୪୫ଟି ବୁଥରେ ପୁନଃ ଭୋଟ ଗ୍ରହଣ

ଭୁବନେଶ୍ୱର – ଆଜି ସକାଳ ୯ଟାରୁ ଅପରାହ୍‌ଣ ୩ଟା ଯାଏ ୪୫ଟି ବୁଥରେ ହେବ ପଞ୍ଚାୟତ ନିର୍ବାଚନ ପାଇଁ ହେବ ପୁନଃ ମତଦାନ। ପଞ୍ଚାୟତ ନିର୍ବାଚନରେ ତୃତୀୟ ପର୍ଯ୍ୟାୟରେ ବିଶୃଙ୍ଖଳା ଯୋଗୁଁ ଏସବୁ ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା ।

ଯାଜପୁରରେ ସର୍ବାଧିକ ୨୧, ଭଦ୍ରକର ୬, ପୁରୀର ୫ , ଢେଙ୍କାନାଳରେ ୪, ଜଗତସିଂହପୁରର ୩ ଓ ମୟୂରଭଞ୍ଜରେ ୩ଟି ବୁଥରେ ହେବ ପୁନଃ ମତଦାନ ।

ବୌଦ୍ଧ, ବଲାଙ୍ଗିର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏଁ ବୁଥରେ ମତଦାନ ହେବ ।

Comments are closed.