ବୌଦ୍ଧରେ ମଣ୍ଡି ଅବ୍ୟବସ୍ଥା, ଚାଷୀ ଅସନ୍ତୋଷ

ବୌଦ୍ଧ: ଏବେବି ସୁଧୁରିନି ଧାନ ମଣ୍ଡି ସମସ୍ୟା । ଜାନୁଆରୀ ମାସର ଧାନକ୍ରୟ ହୋଇପାରି ନଥିବା ଅଭିଯୋଗ ନେଇ ରାଜରାସ୍ତାକୁ ଓହ୍ଲେଇବା ପାଇଁ ପ୍ରସ୍ତୁତ ହେଲେଣି ଚାଷୀ । ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଏବେବି ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ପଞ୍ଚାୟତ ନିର୍ବାଚନ ଆଳରେ କେତେକ ପ୍ୟାକ୍ସରେ ଚାଷୀଙ୍କ ଧାନ କ୍ରୟ କରାଯାଉ ନଥିବା ନେଇ ଅଭିଯୋଗ ହୋଇଛି ।

ଫେବୃଆରୀ ମାସ ଶେଷ ହେବାକୁ ଥିବାବେଳେ ଏଯାଏ ଜାନୁଆରୀ ମାସର ଧାନ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି । ବାଉଁଶୁଣୀ ଭଳି କେତେକ ପ୍ୟାକ୍ସରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି । ବୌଦ୍ଧ ଜିଲ୍ଲାର 42 ଗୋଟି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ଧାନକ୍ରୟ ଜାରି ରହିଥିବାବେଳେ କେତେକ ପ୍ୟାକ୍ସରେ ଆଦୌ ଧାନ କ୍ରୟ କରାଯାଉ ନଥିବା ସୂଚନା ମିଳିଛି ।

ସେହିପରି ଅନେକ ସ୍ଥାନରେ ଉତ୍ୟକ୍ତ ଚାଷୀମାନେ ପ୍ୟାକ୍ସରେ ତାଲା ପକାଇଛନ୍ତି । ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରାଗଲେ ଜିଲ୍ଲା ଭାରତୀୟ କିଷାନ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Comments are closed.