ପଲିଥିନ୍ ବ୍ୟବହାର ବନ୍ଦ୍ ନେଇ ଛାତ୍ରଛାତ୍ରୀଙ୍କ ସଚେତନତା

ବୌଦ୍ଧ: ବଘିଆପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନେ ପଲିଥିନ୍ ବ୍ୟବହାର କୁ ନିଷେଧ କରିବା ପାଇଁ ଲୋକଙ୍କୁ ସଚେତନ କରାଇବା ପାଇଁ ଅଣ୍ଟାଭିଡ଼ିଛନ୍ତି ।ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଦ୍ୟାଳୟର ଇକୋ-କ୍ଲବ ଛାତ୍ରଛାତ୍ରୀ ପ୍ଲାକାର୍ଡ଼ ଧରି ବିଦ୍ୟାଳୟ ସମ୍ମୁଖ ଓ ହାଟ ସମ୍ମୁଖରେ ଦୁଇ ଧାଡ଼ିରେ ରହି ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବାପାଇଁ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ପଲିଥିନର ଭୟାବହତା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଆନ୍ତଜାତୀୟ ଡାକଟିକଟ ପ୍ରଦର୍ଶନୀରେ ବ୍ରୋଞ୍ଜ ମେଡାଲ ଜିତିଥିବା ବିଶ୍ୱନାଥ ମିଶ୍ର ଏସ ଏମ ସି ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଶିକ୍ଷକ ଜୟ ମହ।ନନ୍ଦିଆ ଓ ସତ୍ୟାନନ୍ଦ ଦନାୟକ ,ଶିକ୍ଷୟିତ୍ରୀ କୁମୁଦିନୀ ମଲ୍ଲିକ ,ବିଥିକା ସାମନ୍ତରାୟ ,ମାଳତୀ ହରିପାଲ ଓ ଦୀପାଞ୍ଜଳୀ ମଲ୍ଲିକ ସଂଚାଳନ
କରିଥିଲେ ।

Comments are closed.