କରୋନା ଅପଡେଟ୍: ୨୪ ଘଣ୍ଟାରେ ୧୪,୧୪୮ ନୂଆ ମାମଲା, ୩୦୨ ମୃତ

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ମାମଲାରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୧୪୮ ନୂଆ ମାମଲା ରିପୋର୍ଟ ହୋଇଛି ଏବଂ ୩୦୨ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୧୫,୧୦୨ ମାମଲା ପଞ୍ଜିକୃତ ହୋଇଥିଲା। ଅର୍ଥାତ୍ ଗତକାଲି ତୁଳନାରେ ଆଜି ମାମଲା ହ୍ରାସ ପାଇଛି। ଦିନକରେ ଦେଶରେ ୩୦ ହଜାର ୯ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୪୮ ହଜାର ୩୫୯ କୁ ହ୍ରାସ ପାଇଛି। ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୯୨୪ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୨ ଲକ୍ଷ ୧୯ ହଜାର ୮୯୬ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୧୭୬ କୋଟି ଡୋଜ୍ ଟିକା ଦିଆଯାଇଛି। ଗତକାଲି ୩୦ ଲକ୍ଷ ୪୯ ହଜାର ୯୮୮ ଡୋଜ ଦିଆଯାଇଥିଲା, ଯାହା ପରେ ଟିକାକରଣ ସଂଖ୍ୟା ୧୭୬ କୋଟି ୫୨ ଲକ୍ଷ ୩୧ ହଜାର ୩୮୫ ଡୋଜକୁ ବୃଦ୍ଧି ପାଇଛି ।

Comments are closed.