ନିଜ ଖର୍ଚ୍ଚରେ ୟୁକ୍ରେନରୁ ଓଡ଼ିଆଙ୍କୁ ଫେରାଇ ଆଣିବେ ଓଡ଼ିଶା ସରକାର

ଭୁବନେଶ୍ବର – ୟୁକ୍ରେନରୁ ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ଟେଲିଫୋନ୍ ଯୋଗେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ସମୟରେ ଭାରତୀୟମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଥିବା ସଂପର୍କରେ ସୂଚନା ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହା। ଏନେଇ ୟୁକ୍ରେନ ସରକାରଙ୍କ ସହ ନିୟମିତ ଯୋଗାଯୋଗ ରଖାଯାଇଛି ବୋଲି
ସେ କହିଥିଲେ।

ଏଣେ ରାଜ୍ୟ ସରକାର ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୟୁକ୍ରେନରୁ ସବୁ ଓଡ଼ିଆମାନଙ୍କୁ ଫେରାଇ ଆଣିବେ ବୋଲି କହିଛନ୍ତି ।

ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ଲାଗି ସ୍ୱତନ୍ତ୍ର ସହାୟତା ସେଲ୍ ଖୋଲାଯାଇଛି । ଦିଲ୍ଲୀସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ଏହି ସେଲ୍ ଖୋଲାଯାଇଛି । ଯୋଗାଯୋଗ ପାଇଁ ମୋବାଇଲ/ ହ୍ୱାଟ୍ସଆପ ନମ୍ବର ହେଲା – ୮୫୨୭୫୮୦୨୪୫, ଲ୍ୟାଣ୍ଡ ଲାଇନ୍ ନମ୍ବର- ୦୧୧-୨୩୦୧୨୭୫୧, ଇମେଲ୍- re.odisha@gmail.com/ resem-or@aic.in #Odisha

Comments are closed.