କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ପଛୁଆ ପଞ୍ଚାୟତ ନିର୍ବାଚନ ଗଣତି : କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ପଛୁଆ

କୋରାପୁଟ : ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ପ୍ରାରମ୍ଭିକ ଧାରା ଆସିବା ଆରମ୍ଭ ହୋଇଛି । କ‌ୋରାପୁଟ ଜିଲ୍ଲାର ଚର୍ଚ୍ଚିତ ଆସନ କୋଟିଆରେ ଚାଲିଛି କଡା ଟକ୍କର । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଓ ସ୍ୱାଧିନ ପ୍ରାର୍ଥୀ ଟିକାଇ ଗମେଲଙ୍କ ମଧ୍ୟରେ ଜାରି ରହିଛି କଡ଼ା ଟକ୍କର । ପ୍ରଥମ ୩ ରାଉଣ୍ଡ ସୁଦ୍ଧା ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଆଗୁଆ ରହିଥିଲେ, କିନ୍ତୁ ପରେ ସ୍ୱାଧିନ ପ୍ରାର୍ଥୀ ଟିକାଇ ଗମେଲ ଆଗୁଆ ରହିଛନ୍ତି । ମମତା ଜାନିଙ୍କୁ ୮୮୮ଟି ଭୋଟ ମିଳିଥିବା ବେଳେ ଟିକାଇ ଗମେଇଙ୍କୁ ୧୨୭୯ଟି ଭୋଟ ମିଳିଛି।

ବର୍ଷକ ଭିତରେ କୋଟିଆ ଦୁଇଟି ପଂଚାୟତ ନିର୍ବାଚନ ଦେଖିଛି । ୨୦୨୧ ଫେବ୍ରୁଆରି ମାସରେ ଅଗଣତାନ୍ତ୍ରିକ ଭାବେ ଆନ୍ଧ୍ର ସେଠାରେ ପଞ୍ଚାୟତ ନିର୍ବାଚନ କରିଥିଲା । ସବୁଠୁ ବଡ଼ କଥା ହେଉଛି, ଆନ୍ଧ୍ର ସରକାର ଯେଉଁ ନିର୍ବାଚନ କରିଥିଲେ, ସେଥିରେ ମାତ୍ର ୧୭ ପ୍ରତିଶତ ଭୋଟିଂ ହୋଇଥିଲା । ହେଲେ ଓଡ଼ିଶାର ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି ।

Comments are closed.