ଦୁଇ ବର୍ଷ ପରେ ଖୋଲିଲା ପ୍ରାଥମିକ ସ୍କୁଲ

ଭୁବନେଶ୍ୱର : ଦୁଇ ବର୍ଷ ପରେ ଆଜି ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ । ଏହି ସପ୍ତାହରେ କେବଳ ପିଲାଙ୍କ ଆକ୍ଟିଭିଟି କ୍ଲାସ ହେବ । ଏହି ୬ ଦିନ ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ଆଦି ଆକ୍ଟିଭିଟି ମାଧ୍ୟମରେ ପିଲାଙ୍କୁ ସ୍କୁଲ ସହିତ ବାନ୍ଧି ରଖାଯିବ। ଆସନ୍ତା ସପ୍ତାହରୁ ସେମାନେ ପାଠ ପଢ଼ିବେ ବୋଲି ଗଣ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

୨ ବର୍ଷ ପରେ ଖୋଲିଥିବାରୁ ସ୍କୁଲ୍‌ରେ କ୍ଲାସରୁମ୍‌ଗୁଡ଼ିକୁ ସଫା ସୁତୁରା କରାଯିବା ସହିତ ସାନିଟାଇଜ୍ କରାଯାଇଛି । ହଷ୍ଟେଲ ଥିବା ବିଦ୍ୟାଳୟରେ ପିଲାମାନେ ଗତକାଲିଠାରୁ ସ୍କୁଲ୍‌ରେ ପହଞ୍ଚି ସାରିଛନ୍ତି । ଏବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଅଫଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଯେଉଁ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ରାଜି ନ ହେବେ ସେମାନଙ୍କ ପାଇଁ ଅନଲାଇନ୍‌ ପାଠପଢ଼ା ଓ ପରୀକ୍ଷା ବ୍ୟବସ୍ଥା ଚାଲୁ ରହିବ ବୋଲି କହିଛନ୍ତି ମନ୍ତ୍ରୀ।

Comments are closed.