ଟାଇକୋଣ୍ଡୋ କ୍ରୀଡ଼ାବିତଙ୍କୁ ସଫଳତା, ଜିତିଲେ ୪ ସ୍ୱର୍ଣ୍ଣ ଓ ୩ ରୌପ୍ୟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ଟାଏକୋଣ୍ଡୋ କ୍ରୀଡାବିତଙ୍କୁ ମିଳିଛି ସଫଳତା । ୬ଷ୍ଠ ମାର୍ଶଲ ଆର୍ଟ ଗେମ୍ସରେ ଗୋଆରେ କ୍ରୀଡାବିତଙ୍କୁ ମିଳିଛି ଏହି ସଫଳତା । ଗୋଆରେ ଅନୁଷ୍ଠିତ ୬ଷ୍ଠ ମାର୍ଶଲ ଆର୍ଟ ଗେମ୍ସରେ ସୁବର୍ଣ୍ଣପୁର ଜିଲାର ଏହେସାସ ଟାଏକୋଣ୍ଡୋ ଏକାଡେମୀର ୭ ଜଣିଆ ଟିମ ଗୋଆ ଯାଇଥିଲା କୋଚ ଏହେସାସ ହୋତାଙ୍କ ନେତୃତ୍ବରେ ଯାଇଥିବା ଏହି ଟିମତ୍‌ ଆର୍ଯ୍ୟନ ମହାନ୍ତି , କୁମାର କାଶ୍ୟପ ଷଡଙ୍ଗୀ , ବିଶ୍ଵ ରଞ୍ଜନ ସାହୁ ଏବଂ ହର୍ଷିତା ନାୟକଙ୍କୁ ସ୍ଵର୍ଣ୍ଣପଦକ ମିଳିଛି । ପ୍ରିୟଦର୍ଶନୀ କର , ଅଭିଳାଶ ସାହୁ ଏବଂ ଶୁଭମ ସାମର୍ଥ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି ।

ସେହିଭଳି ଏହେସାସ ହୋତାଙ୍କୁ ଶ୍ରେଷ୍ଠ କୋଚଭାବେ ମଧ୍ୟ ପୁରସ୍କୃତ କରାଯାଇଛି । କ୍ରୀଡାବିତଙ୍କ ଏହି ସଫଳତା ସମ୍ପର୍କରେ ଖବର ପାଇ ଜିଲାପାଳ ଆବୋଲି ସୁନିଲ ନରୱାଣେ ଏବଂ ଜିଲା କ୍ରୀଡା ଅଧିକାରୀ ଇପସିତା ମିଶ୍ର ଫୋନ ଯୋଗେ ଏହେସାସ ଏବଂ ଅନ୍ୟ କୃତି କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ରାଜ୍ୟ ଟାଏକୋଣ୍ଡୋ ସଂଘ ସମ୍ପାଦକ ମନମୋହନ ଭଞ୍ଜ ଏବଂ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ରବୀନ୍ଦ୍ର ହୋତା ପ୍ରମୁଖ କୃତି କ୍ରୀଡାବିତ ତଥା କୋଚ ହୋତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ଟାଏକୋଣ୍ଡୋ କ୍ରୀଡାବିତଙ୍କୁ ଟ୍ରେନିଂ ହଲର ବ୍ୟବସ୍ଥା କରାଯାଇଥିବାରୁ ଜିଲାପାଳ ନରୱାଣେଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Comments are closed.