ହତାଶାରେ ବିଜେପିର ହାତ ଧରି ଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସମିତି ସଭ୍ୟ ନିର୍ବାଚନରେ ପରାସ୍ତ

ଭୁବନେଶ୍ୱର-ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଛନ୍ତି ବିଜେପି ନେତ୍ରୀ ଅଞ୍ଜଳି ବେହେରା । ହଁ, ସେହି ଅଞ୍ଜଳି ବେହେରା, ଯିଏ କି ଦିନେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ । ପରିଚିତି ପାଇଥିଲେ ।

ଅଞ୍ଜଳି ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୮୨୬ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଛନ୍ତି ।
ଅଞ୍ଜଳି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତରେ ସମତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

ଅଞ୍ଜଳି ପୂର୍ବରୁ ବିଜେଡି ଟିକେଟରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନରେ ସେ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ପରେ ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ମଧ୍ୟ ବସିଥିଲେ। ବିଜେଡିରେ ବିଧାୟକ ହେବା ପରେ ୨୦୦୯ରୁ ୨୦୧୧ ଯାଏ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ୨୦୧୧ରୁ ୨୦୧୨ ଯାଏ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଥିଲେ । ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ବିଜେଡିରୁ ନିଲମ୍ବିତ ହୋଇଥିଲେ । ତାଙ୍କୁ ଆଉ ଟିକେଟ୍ ମଧ୍ୟ ଦେଇ ନ ଥିଲା ବିଜେଡି ।

ଗତବର୍ଷ ସେ ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ପରିଚିତି ଦେଇଥିବା ବିଜେଡି ବିରୋଧରେ ବିଷୋଦଗାର କରିଥିଲେ।

Comments are closed.