ଚନ୍ଦଲିରୁ ବଜ୍ରକାପ୍ତା ଉଦ୍ଧାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକର ଚନ୍ଦଲି ଗ୍ରାମର ଯୋଗୀନ୍ଦ୍ରଙ୍କ ଘରୁ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନବିଭାଗ । ସୂଚନାଅନୁସାରେ, ଚନ୍ଦଲି ଗ୍ରାମରେ ବଜ୍ରକାପ୍ତାଟି ଯୋଗୀନ୍ଦ୍ରଙ୍କ ଘର ପାଖରେ ବୁଲୁଥିବା ସେ ଦେଖିବାକୁ ପାଇଥିଲେ ।

ଯୋଗୀନ୍ଦ୍ର ବଜ୍ରକାପ୍ତାଟିକୁ ଦାଣ୍ଡରୁ ଘଉଡେଇ ଆଣି ନିଜ ବାହାର ଘରେ ରଖିଥିଲେ । ବିନିକା ରେଞ୍ଜ ବନ କର୍ମଚାରୀମାନଙ୍କୁ ଖବର ଦେବା ପରେ ବନ କର୍ମଚାରୀମାନେ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି । ପରେ ବଜ୍ରକାପ୍ତାଟିକୁ ନେଇ ନିକଟସ୍ଥ ବିନିକା ରେଞ୍ଜ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।

Comments are closed.