ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ପାଳୁଛି ରାଜ୍ୟ

ଭୁବନେଶ୍ୱର- ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆଜି ୧୦୬ତମ ଜୟନ୍ତୀ । ସାରା ରାଜ୍ୟରେ ପାଳନ କରାଯାଉଛି ବିଜୁ ଜୟନ୍ତୀ ।

ଏହି ଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ବିଜୁ ଜୟନ୍ତୀ ଅବସରରେ ରାଜ୍ୟରେ ନିର୍ବାଚନମଣ୍ଡଳୀ ସ୍ତରରେ ସାଧାରଣ ସଭାମାନ ଆୟୋଜିତ ହେଉଛି । ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ସଶକ୍ତ, ସମୃଦ୍ଧ ଓଡିଶା ଗଠନରେ ତାଙ୍କର ଜୀବନବ୍ୟାପୀ ପ୍ରୟାସ ଉପରେ ଆଲୋକପାତ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରାଡମ୍ବର ଭାବେ ବିଜୁ ଜୟନ୍ତୀ ପାଳିବାକୁ ସବୁ ବିଜେଡି ବିଧାୟକଙ୍କୁ ଆହ୍ୱାନ ଦେଇଛନ୍ତି ।

Comments are closed.