ବିଶିଷ୍ଟ ଐତିହାସିକ ଭୈରବୀ ପ୍ରସାଦ ସାହୁଙ୍କ ପରଲୋକ

ନୂଆଦିଲ୍ଲୀ – ବ୍ରହ୍ମପୁର ଜନ୍ମିତ ବିଶିଷ୍ଟ ଭୈରବୀ ପ୍ରସାଦ ସାହୁଙ୍କ ପରଲୋକ । ଶିକ୍ଷାବିତ , ଐତିହାସିକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଡକ୍ଟର ଭୈରବୀ ପ୍ରସାଦ ସାହୁଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଦିଲ୍ଲୀରେ ତାଙ୍କ ର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

୧୯୫୭ ମସିହା ମେ ୩୦ ତାରିଖରେ ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିବା ଭୈରବୀ ପ୍ରସାଦ ସାହୁ ୧୯୮୨ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ୧୯୯୮ରେ ସେ ପଦୋନ୍ନତି ପାଇ ଇତିହାସ ବିଭାଗର ପ୍ରଫେସର ହୋଇଥିଲେ । ପରେ ସେ ଇତିହାସ ବିଭାଗର ମୁଖ୍ୟ ଭାବେ ଦାୟିତ୍ଵ ତୁଲାଇଥିଲେ । ପ୍ରାଚୀନ ଭାରତର ବିଦ୍ୱାନ ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି ସ୍ୱର୍ଗତ ଭୈରବୀ ସାହୁ ।

Comments are closed.