ରାଜ୍ୟରେ ଆଉ ୧୪୫ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୭ କିଶୋର କିଶୋରୀ ରହିଛନ୍ତି । ସଙ୍ଗରୋଧରୁ ୮୪ ଓ ସ୍ଥାନୀୟ ଅଞ୍ଚଳରରୁ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୫ ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୫, ବାଲେଶ୍ବରରୁ ୧୨, ଭଦ୍ରକରୁ ୧, ବଲାଙ୍ଗୀରରୁ ୨, ବୌଦ୍ଧରୁ ୪, କଟକରୁ ୪, ଦେବଗଡରୁ ୧, ଗଜପତିରୁ ୧୬, ଯାଜପୁରରୁ ୪, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୩, କୋରାପୁଟରୁ୨, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୪, ନୂଆପଡାରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ସମ୍ବଲପୁରରୁ ୫, ସୁନ୍ଦରଗଡରୁ ୧୬ ଓ ଷ୍ଟେଟପୁଲରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫,୭୬୦ ରେ ପହଞ୍ଚିଛି ।

Comments are closed.