ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କଲା ରୁଷ୍, ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଦୁଇଟି ସହରରେ ଅସ୍ତ୍ରବିରତି

କିଭ୍: ୟୁକ୍ରେନର ଯୁଦ୍ଧରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ରୁଷ ମାରିୟୁପୋଲ ଏବଂ ଭଲଭୋନୋଖା ନାମକ ଦୁଇଟି ସହରରେ ଅସ୍ତ୍ରବିରତି ଘୋଷଣା କରିଛି। ନାଗରିକଙ୍କ ସ୍ଥାନାନ୍ତର ପାଇଁ ଗ୍ରୀନ କରିଡର ନିର୍ମାଣ କରିବାକୁ ରୁଷ ଏହି ନିଷ୍ପତ୍ତି ନେଇଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପରେ ଏହି କରିଡର ନିର୍ମାଣ ପାଇଁ ଏକ ଚୁକ୍ତି ହୋଇଥିବା ଜଣାପଡ଼ିଛି ।

ରୁଷିଆ ଘୋଷଣା କରିଛି ଯେ ଏହି ଅସ୍ତ୍ରବିରତି ୧୧:୩୦ ରୁ ଆରମ୍ଭ ହେବ । ଏହା ମାନବିକତା ଆଧାରରେ କରାଯାଇଛି ଯାହାଦ୍ୱାରା ସାଧାରଣ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ସୁଯୋଗ ମିଳିପାରିବ | ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଆଜି ତଥା ମାର୍ଚ୍ଚ ୫ ତାରିଖ ଦିନ ମସ୍କୋ ସମୟ ୧୦ଟା ସମୟରେ ରୁଷ ପକ୍ଷରୁ ଅସ୍ତ୍ରବିରତି ଘୋଷଣା କରିବାକୁ ଯାଉଛି। ମାରିୟୁପୋଲ ଏବଂ ଭଲଭୋନୋଖାରେ ରୁଷ ମାନବିକ କରିଡର ଖୋଲିବ।

Comments are closed.