ପୁରୀ ଜିଲ୍ଲାର ଆଉ ଏକ ମନ୍ଦିରରୁ ମୂର୍ତ୍ତି ଚୋରି

ପୁରୀ- ପୁରୀ ଜିଲ୍ଲାରେ ପୁଣି ମାତିଲେ ମୂର୍ତ୍ତି ଚୋରି ଗ୍ୟାଙ୍ଗ। ପୁରୀ ସଦର ବ୍ଲକ ଚନ୍ଦନପୁର ଥାନା ବୀରନରସିଂହପୁର ଗୋପୀନାଥ ମନ୍ଦିରରୁ ୫ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି। ଏହାର ଓଜନ ୧୦୦ କେଜିରୁ ଅଧିକ। ଚୋରି ମୂର୍ତ୍ତି ଗୁଡିକ ହେଲା କନକଦୁର୍ଗା, ଲୋକନାଥ , ଜୟଦୁର୍ଗା, ଦୋଳଗୋବିନ୍ଦ ଓ ଛୋଟ ଗୋପାଳ । ଆଜି ସକାଳୁ ମନ୍ଦିର ପୂଜକ ଦେଖିବା ପରେ ଗ୍ରାମବାସୀ ଓ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ରାତିରେ ମନ୍ଦିର ଗ୍ରିଲ କାଟି ଚୋରି ହୋଇଛି । ପୁରୀ ଜିଲ୍ଲାରେ ତିନି ମାସ ଭିତରେ ୧୦ରୁ ଅଧିକ ପୁରୁଣା ମନ୍ଦିରରୁ ଲୁଟ୍‌ପାଟ ହୋଇଛି।

 

Comments are closed.