ସଡକ ଦୁର୍ଘଟଣାରେ ନାବାଳକ ମୃତ

ବରଗଡ : ପାଇକମାଲ ବ୍ଲକ କୋକନରା ଗ୍ରାମରେ ଘଟିଯାଇଛି ଏକମର୍ମନ୍ତୁଦ ସଡକ ଦୁର୍ଘଟଣା । ସନ୍ଧ୍ୟା ସମୟରେ ନିଜ ଘର ସମ୍ମୁଖରେ ଥିବା ଗ୍ରାମର ରୋହିତ ଧରୁଆ ଙ୍କର ଚାରିବର୍ଷର ପୁଅ କୁ ଗୋଟେ ଦ୍ରୁତଗାମୀ ପିକଅପ ଟ୍ରକ ଚାପି ଦେବାରୁ ନାବାଳକ ଗୁରୁତର ହୋଇ ପଡ଼ିଥିଲା । ନାବାଳକ କୁ ତୁରନ୍ତ ଏକ ବାଇକ ଯୋଗେ ପାଇକମାଲ ଡାକ୍ତରଖାନାକୁ ଅଣାଯାଇଥୁଲା ହେଲା ନାବାଳକ ର ମୃତ୍ୟୁ ହୋଇ ସାରିଥିଲା । ଦୁର୍ଘଟଣା ଘଟାଇଥବା ପିକଅପ ଟ୍ରକ ନମ୍ବର OR17R 5154 ଗାଡିଟି ଦୁର୍ଘଟଣା ଘଟାଇବା ପରେ ଗାଡିର ଡ୍ରାଇଭର ଗାଡି ସହିତ ପାଇକମାଲ ଥାନାକୁ ଆଣି ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି l

Comments are closed.