ଭିସୁଟରେ ବାଲେଶ୍ବର ଆଇଟିଆର୍ ପକ୍ଷରୁ ୩ ଦିନିଆ ବୈଷୟିକ ମହୋତ୍ସବ

“ପ୍ରତିରକ୍ଷା କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ରହିଛି”

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଚଳିତ ମାସ ୧୪,୧୫,୧୬ ତାରିଖରେ ଉକ୍ତ ତିନି ଦିନ ଧରି ଏକ ବୈଷୟିକ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହେଉଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଆଇଡ଼ିଆ ଇନୋଭେଶନ ସେଲ ତରଫରୁ ଏକ ମହାକାଶ ଏବଂ ପ୍ରତିରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଛି। ଆଜି ଏହି ପ୍ରଦର୍ଶନୀ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ର କୁଳପତି ବଂଶୀଧର ମାଝୀ ଙ୍କ ଦ୍ଵାରା ଉଦଘାଟିତ ହୋଇଛି। ଏହି ପ୍ରଦର୍ଶନୀ ରେ ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଜ୍ଞାନ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଇଛି, ଯେଉଁଥିରେ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ରର ବିଭିନ୍ନ କ୍ଷେପଣାସ୍ତ୍ରର ମଡେଲ ଯେପରି ଅଗ୍ନି, ପୃଥ୍ଵୀ, ଆକାଶ ମାନ ସ୍ଥାନ ପାଇଛି। ଏହି ପ୍ରଦର୍ଶନୀ ରେ ବୀର ସୁରେନ୍ଦ୍ର ସାଏ ସ୍ପେସ୍ ଇନ୍ନୋଭେସନ୍ ସେଣ୍ଟର ଦ୍ଵାରା ଭିଏସ୍ଏଲଭି ରକେଟ୍, ରୋଭର, ଗଗନ ଯାନ୍ ଇତ୍ୟାଦି ପ୍ରଦର୍ଶନ କରାଯାଇଛି। ଏଥିସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଦ୍ୱାରା ନିର୍ମିତ ବିଭିନ୍ନ ରକେଟ ତଥା ମଙ୍ଗଳଯାନ ପରି ଗବେଷଣା ଉପଗ୍ରହର ମଡେଲ ପ୍ରଦର୍ଶନ କରାଯାଉଛି। ବିଶ୍ୱବିଦ୍ୟାଳୟ ବ୍ୟତୀତ ଅନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରି ନିଜର ପ୍ରକଳ୍ପମାନ ପ୍ରଦର୍ଶନ କରୁଛନ୍ତି। ଏହାମଧ୍ୟରେ ଭୁବନେଶ୍ୱରର ସିଇଟି ଛାତ୍ରଛାତ୍ରୀଙ୍କର ନୂଆ ଷ୍ଟାର୍ଟଅପ ଏବଂ ଓଡ଼ିଶାରେ ଗୁଗୁଲ ବୟ ଭାବେ ପରିଚିତ ଭେଙ୍କଟ ରମଣ ପଟ୍ଟନାୟକ ମଧ୍ୟ ନିଜ ଟେଲିସ୍କୋପ ଏବଂ ପ୍ରକଳ୍ପ ସହ ଅଂଶଗ୍ରହଣ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମନରେ ଏହା ଜ୍ଞାନ ଅର୍ଜନ କରିବାର ଆକାଂକ୍ଷା ବୃଦ୍ଧି କରିବାରେ ସହାୟକ ହେଉଛି।

ଭିସୁଟ ଆଇଡ଼ିଆ ଇନଭେସନ ସେଲ ଓ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକ ଏସ.ସି ବାରିକ, ଏମ.କେ ମେହେର ଏବଂ ସୌମ୍ୟ ରଞ୍ଜନ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଛନ୍ତି।ଏଇ ପ୍ରଦର୍ଶନୀ ରେ ଭିଶିକ (ବୀର ସୁରେନ୍ଦ୍ର ସାଏ ସ୍ପେସ ଇନ୍ନୋଭେସନ୍ ସେଣ୍ଟର) ର ପୁନ୍ୟଶ୍ଲୋକ ସ୍ୱାଇଁ, ଅମ୍ଳାନ ମିଶ୍ର, ଶୁଭମ୍ ବେହରା, ଋଷଭ ନନ୍ଦ, ନରତ୍ତୋମ ଜେନା, ଶୁଭାଶିଷ ନାୟକ, ଦେବାଶିଷ ବେହେରା ବେହରା, ସିଦ୍ଧାନ୍ତ ରାଉତ୍, ସତ୍ୟଜିତ ସାହୁ, ସୁଧାଂଶୁ ପାଣିଗ୍ରାହୀ, ସଞ୍ଜୀବ ସାହ, ବିବେକ ବେହୁରା, ଜ୍ୟୋତିପ୍ରକାଶ ସାହୁ, ଜ୍ୟୋତ୍ସ୍ନା କୁମାରୀ, ସ୍ମୃତି ସାମନ୍ତରାୟ, ଗାର୍ଗୀ ପଟ୍ଟନାୟକ, ଅସ୍ମିତା ମେହେର, ଶୁଭଶ୍ରୀ ଦାସ, ଶିବ ପ୍ରସାଦ ସାମଲ, ନେତୃତ୍ୱ ନେଇଛନ୍ତି।

Comments are closed.