ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ

ସୋରୋ- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବାଲେଶ୍ଵର ଆର.ଡବ୍ଲୁ ଡିଭିଜନ-୨ର ସୋରୋ ସେକ୍ସନ ସହକାରୀ ଯନ୍ତ୍ରୀ ପ୍ରମଥ କୁମାର ବେହୁରିଆଙ୍କ ଘର ସମେତ ୫ଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ । ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ୫ଟି ଜାଗାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଭଦ୍ରକ ସହର ବାଗୁରାଇରେ ଥିବା ତିନି ମହଲା କୋଠା, ଗୋଟିଏ ଦୁଇ ମହଲା କୋଠା, ମଧୁସୂଦନପୁରରେ ଥିବା ପୈତୃକ ଘର, ବାଲେଶ୍ଵର ଅଫିସ ଆଦି ଜାଗାରେ ଚଢ଼ାଉ ଚାଲିଛି ।

Comments are closed.