ଅନ୍ତିମ ସଂସ୍କାର ପରେ ପଛକୁ ବୁଲି କାହିଁକି ଦେଖନ୍ତି ନାହିଁ ? ଜାଣନ୍ତୁ ଏହାର ରହସ୍ୟ !

ଗରୁଡ ପୁରାଣରେ ଭଗବାନ ବିଷ୍ଣୁ ଗରୁଡଙ୍କୁ ପ୍ରାଣୀ ମାନଙ୍କର ମୃ-ତ୍ୟୁ, ଯମଲୋକ ଯାତ୍ରା, ନର୍କଯୋନି ତଥା ସଦଗତି ଭଳି ବିଷୟ ସମ୍ବନ୍ଧିତ ଅନେକ ଗୁଣ ତଥା ରହସ୍ୟମୟ ପ୍ରଶ୍ନର ବିସ୍ତାର ଭାବରେ ଉତ୍ତର ଦେଇଛନ୍ତି । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ କୌଣସି ବ୍ୟକ୍ତିର ଦାହ-ସଂସ୍କାର ପରେ ତାହାର ପରିଜନ ମାନଙ୍କୁ ଶ୍ମଶାନ ଘାଟକୁ ପଛକୁ ଅନାଇବା ଉଚିତ ନୁହେଁ ବୋଲି କୁହାଯାଇଛି। ଏହାର ମୁଖ୍ୟ ଧାର୍ମିକ କାରଣ କଣ ଅଟେ ଆଜି ଆମ୍ଭେ ଆପଣ ମାନଙ୍କୁ ଏହା ସମ୍ବନ୍ଧରେ କହିବୁ ।

ଦୁନିଆର ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହା ଅଟେ ଯେ ମନୁଷ୍ୟ ପ୍ରତ୍ୟକଦିନ କାହାକୁ ନା କାହାକୁ ମୃ-ତ୍ୟୁ ବରଣ କରିଥିବାର ଦେଖୁଅଛି । କିନ୍ତୁ ସ୍ଵୟଂ ନିଜ ମୃ-ତ୍ୟୁ ସମ୍ବନ୍ଧରେ କେବେ ମଧ୍ୟ ଚିନ୍ତା କରି ନଥାଏ । ମନୁଷ୍ୟ ର ଶରୀର ୫ ଟି ତତ୍ଵ ଅର୍ଥାତ ପୃଥିବୀ, ଜଳ, ଅଗ୍ନି, ବାୟୁ, ଏବଂ ଆକାଶ ଦ୍ଵାରା ନିର୍ମିତ ହୋଇଅଛି ।ଦିନେ ନା ଦିନେ ଏହିସବୁ ତତ୍ତ୍ୱରେ ହିଁ ସମାହିତ ହେବାକୁ ହେବ ।

ଅନ୍ତିମ ସଂସ୍କାରକୁ ବହୁତ ମାନ୍ୟତା ଦିଆଯାଇଅଛି। ଯଦି ଏଥିରେ କୌଣସି ପ୍ରକାରର ତ୍ରୁଟି ରହିଥାଏ ତେବେ ମୃ-ତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳି ନଥାଏ । ଦାହସଂସ୍କାର ପରେ ମୃ-ତ ବ୍ୟକ୍ତି ର ପରିଜନ ମାନଙ୍କୁ ପଛକୁ ମୋଡି ଅନାଇବା କଥା ନୁହେଁ । କାରଣ ସଂସ୍କାର ପରେ ଶରୀର ଜଳିଯାଇଥାଏ କିନ୍ତୁ ମୃ-ତ ବ୍ୟକ୍ତିର ଆତ୍ମା ସେହିଠାରେ ରହିଯାଇ ଥାଏ ।

ଏହା ମଧ୍ୟ ମନାଯାଇଛି ଯେ ମୃ-ତ୍ୟୁ ପରେ ବ୍ୟକ୍ତି ର ଆତ୍ମାର ନିଜପରିଜନ ମାନଙ୍କ ପ୍ରତି ମୋହ ମାୟା ରହିଥାଏ । ଏହା ଫଳରେ ବ୍ୟକ୍ତି ର ଆତ୍ମା ନିଜ ପରିଜନ ଙ୍କ ଆଖପାଖରେ ଭଟକିଥାଏ । ଏହିଭଳି ସ୍ଥିତିରେ ମୃ-ତକଙ୍କ ଆତ୍ମାଙ୍କୁ ମୁକ୍ତି ମିଳିବା ରେ ବହୁତ କଠିନ ହୋଇଥାଏ । ଏହିଭଳି ସ୍ଥିତିରେ ଏହି ମୋହ ର ତୁଟିବା ବହୁତ ଜରୁରୀ ଅଟେ । କାରଣ ଯଦି ଏପରି ନ ହୋଇଥାଏ ତେବେ ମୃ-ତକର ଆତ୍ମା ର ପରଲୋକ ଗମନ ହୋଇନଥାଏ ।

ଯଦି ମୃ-ତକର ଆତ୍ମା କୁ ତାହାର ପରିଜନ ପଛକୁ ବୁଲି ଚାହିଁ ଥାନ୍ତି ତେବେ ବ୍ୟକ୍ତିର ଆତ୍ମା କୁ ଲାଗିବ ଯେ ମୋ ପରିଜନମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋ ପ୍ରତି ମୋହଅଛି । ଏହାପରେ ସେ ନିଜ ପରିଜନ ଙ୍କ ପିଛାକରି ତାଙ୍କସହିତ ଯିବ । ମାତ୍ର ଯଦି ଦାହ ସଂସ୍କାର ପରେ ତାହାର ପରିଜନ ତାକୁ ପଛକୁ ବୁଲି ଚାହିଁ ନଥାନ୍ତି ତେବେ ସେ ନିଜେ ଚିନ୍ତା କରିବ ଯେ ମୋପ୍ରତି ମୋର ପରିଜନ ମାନଙ୍କର ଆଊ ମୋହ ମାୟା ରହିନାହିଁ ।ଏହା ପରେ ସେ ପର ଲୋକକୁ ଗମନ କରିବ । ଗରୁଡ ପୁରାଣରେ ମନୁଷ୍ୟର ଜନ୍ମରୁ ମୃ-ତ୍ୟୁ ପର୍ଯ୍ୟନ୍ତ ସମସ୍ତ କଥାର ଉଲ୍ଲେଖ ହୋଇଅଛି ।

Comments are closed.