ମାଓ ପ୍ରବଣ ଜିଲ୍ଲା ଗସ୍ତରେ ଉଚ୍ଚ ସୁରକ୍ଷା ପଦାଧିକାରୀ

ଭୁବନେଶ୍ୱର – ଡିଜିପି ସୁନୀଲ ବଂଶଲ ଓ ଅନ୍ୟ ବରିଷ୍ଠ ପୋଲିସ ପଦାଧିକାରୀ ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଗସ୍ତରେ ଯାଉଛନ୍ତି । ସ୍ପେଶାଲ ଡିଜିପି ଏସଏପି, ଆଇନ ଶୃଙ୍ଖଳା ଏଡିଜି ଆର୍ .କେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜିପି ଅପରେସନ ଅମିତାଭ ଠାକୁର, ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଦାକୋଟି, ଡିଆଇଜିପି ଏସଆଇଡବ୍ଲୁ ଅନିରୁଦ୍ଧ ମଧ୍ୟ ତିନି ଜିଲ୍ଲା ଗସ୍ତ କରିଛନ୍ତି । ଗସ୍ତରେ ମାଓ ଦମନ ଅଭିଯାନ ସମେତ ଅନ୍ୟାନ୍ୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହେବ ।

Comments are closed.