ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବେକାରୀ ଦୂରୀକରଣ ଭଳି ଆହ୍ବାନପୂର୍ଣ୍ଣ କାମରେ ବି ଏକ ନମ୍ବର

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଅନ୍ୟ ସବୁ ରାଜ୍ୟ ପାଇଁ ରୋଲ ମଡେଲ୍ ସାଜିଛି । ଦେଶର ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା ଓଡ଼ିଶାରେ ବେକାରୀ ହାର ସବୁଠୁ କମ୍ ରେକର୍ଡ କରାଯାଇଛି ଅର୍ଥାତ୍ ଓଡ଼ିିଶାରେ ନିଯୁକ୍ତି ହାର ସର୍ବାଧିକ । ଏକ ଘରୋଇ ସଂସ୍ଥା ‘ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍‌ଆଇ)’ ରିପୋର୍ଟରେ ଏହା କୁହାଯାଇଛି ।

ସିଏମ୍‌ଆଇ ରିପୋର୍ଟ ଅନୁସାରେ, ଫେବୃୟାରୀ ୨୦୨୨ ସୁଦ୍ଧା ଓଡ଼ିଶାର ବେକାରୀ ହାର ଜାତୀୟ ସ୍ତରରେ ସବୁଠୁ କମ୍ ରହିଛି । ଏହାର ଅର୍ଥ ହେଲା ଓଡ଼ିଶାରେ ନିଯୁକ୍ତି ହାର ସର୍ବାଧିକ । ସିଏମ୍‌ଆଇ ରିପୋର୍ଟ ମୁତାବକ ଓଡ଼ିଶାରେ ବେକାରୀ ହାର ମାତ୍ର ୧ ପ୍ରତିଶତ ରହିଥିବାବେଳେ ନିଯୁକ୍ତ୍‌ି ହାର ସର୍ବାଧିକ ୩୨.୩ ପ୍ରତିଶତ ରେକର୍ଡ କରାଯାଇଛି । କୋଭିଡ୍‌-୧୯ ଯୋଗୁଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହୋଇଥିଲେ ମଧ୍ୟ ଓଡ଼ିଶାରେ ବେକାରୀ ହାର ନିୟନ୍ତ୍ରଣରେ ରହିଛି । ସର୍ବନିମ୍ନ ବେକାରୀ ହାର ରାଙ୍କିଙ୍ଗରେ ଓଡ଼ିଶା ପରେ ମେଘାଳୟ ୧.୪ ପ୍ରତିଶତ ସହ ଦ୍ୱିତୀୟ ଓ ଛତିଶଗଡ଼ ୧.୭ ପ୍ରତିଶତ ବେକାରୀ ହାର ସହ ତୃତୀୟ ସ୍ଥାନରେ ରହିଛି ।

ସିଏମ୍‌ଆଇ ରିପୋର୍ଟ ଅନୁଯାୟୀ, ରାଜସ୍ଥାନରେ ସର୍ବାଧିକ ବେକାରୀ ହାର (୩୨.୩) ରେକର୍ଡ କରାଯାଇଛି । ଅଧିକ ବେକାରୀ ହାର ଥିବା ରାଜ୍ୟ ମାନଙ୍କରେ ହରିୟାଣା (୩୧.୦%) ଦ୍ୱିତୀୟ ସ୍ଥାନରେ ରହିଛି । ବିହାର, ଆସାମ, ଗୋଆ ଭଳି ଅନ୍ୟ ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ମଧ୍ୟ ବେକାରୀ ହାର ସର୍ବାଧିକ ରହିଛି ।

Comments are closed.