ଝାରସୁଗୁଡାକୁ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବୁ: ନବ

ଝାରସୁଗୁଡ଼ା : ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନରେ ବି ଜିଲ୍ଲାବାସୀ ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି। ଲୋକଙ୍କ ବିଶ୍ବାସ ଏବଂ ଆର୍ଶୀବାଦକୁ ପାଥେୟ କରି ବିକାଶ ଧାରାକୁ ଆଗେଇ ନେବୁ। ଆଉ ଜିଲ୍ଲାକୁ ରାଜ୍ୟରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଣତ କରିବାକୁ ଥିବା ସ୍ବପ୍ନକୁ ସାକାର ରୂପ ଦେବୁ। ପୌର ବିଜୟ ପରେ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହା ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନବ ଦାସ ଜିଲ୍ଲାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ପୌର ପରିଷଦରେ ପୌରାଧ୍ୟକ୍ଷ ଭାବେ ବିଜେଡ଼ି ପ୍ରାର୍ଥୀ ନିର୍ବ।ଚିତ ହୋଇଥିବା ବେଳେ ବେଲପାହାଡ଼ରେ 14 ଜଣ କାଉନସିଲର ବିଜେଡ଼ିରୁ ନିର୍ବ।ଚିତ ହୋଇଛନ୍ତି । ଦଳ ପ୍ରତି ଜନ ସାଧାରଣଙ୍କ ଭଲ ପାଇବା ରହିଛି। ବେଲପାହାଡ଼ରେ ପରାଜୟର ସମୀକ୍ଷା କରି ଆଗକୁ ଦଳକୁ କିଭଳି ସୁଦୃଢ କରାଯିବ ସେ ଦିଗରେ ପଦକ୍ଷେପ ନେବେ ବୋଲି ନବ ବାବୁ କହିଥିଲେ । ଝାରସୁଗୁଡ଼ା ପୌରାଧ୍ୟକ୍ଷ ନିର୍ବ।ଚନରେ ବିଜେପିର ଭୋଟ ବୃଦ୍ଧିକୁ ସେ ଆଦୌ ଗୁରୁତ୍ବ ନ ଦେଇ ବିଜେଡ଼ିର ଭୋଟ ହ୍ରାସ ପାଇନାହିଁ ସେ ଦୃଷ୍ଟିରୁ ଏହାକୁ ନେଇ ବିଜେଡ଼ି ଚିନ୍ତିତ ନୁହେଁ ବୋଲି କହିଥିଲେ। ବ୍ରଜରାଜନଗର ବିଧାନସଭା ପାଇଁ ଉପ-ନିର୍ବ।ଚନ ଆସନ୍ନ ଥିବାରୁ ପ୍ରାର୍ଥୀ କିଏ ହେବେ ତାହାକୁ ନେଇ ଚାଲିଥିବା ଚର୍ଚ୍ଚ। ଉପରେ ବିରାମ ଲଗାଇବାକୁ ଯାଇ ନବ ବାବୁ କହିଥିଲେ ଯେ, କିଏ ପ୍ରାର୍ଥୀ ହେବ ତାହା ଦଳୀୟ ମୁଖ୍ୟ ନିଷ୍ପତି ନେବେ । ମାତ୍ର ତାଙ୍କ ଝିଅ ଦୀପାଳି ଦାସ ପ୍ରାର୍ଥୀ ହେବା ନେଇ ହେଉଥିବା ଚର୍ଚ୍ଚ।କୁ ନିରାଧାର ବୋଲି କହିବା ସହ ଦୀପାଳି ଅବା ସେ ନିଜେ କେବେବି ଦୀପାଳିଙ୍କ ପ୍ରାର୍ଥିତ୍ବକୁ ନେଇ କହି ନାହାଁନ୍ତି ବୋଲି ସ୍ପଷ୍ଟ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ନବ ନିର୍ବାଚିତ ଝାରସୁଗୁଡ଼ା ପୌର ପରିଷଦର ପୌରାଧ୍ୟକ୍ଷା ରାନୀ ହାତୀ, ବ୍ରଜରାଜନଗର ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ, ସହ-ପ୍ରଭାରୀ ବିଷ୍ଣୂ ପ୍ରସାଦ କେଡ଼ିଆ, ତାପସରାୟ ଚୌଧୁରୀ, ବିଶ୍ବନାଥ ନାୟକ, ପୂର୍ବତନ ନଗରପାଳ ନନ୍ଦକିଶୋର ଅଗ୍ରବାଲ, ଜୟନ୍ତ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.