ବ୍ରଜରାଜନଗର ପୌରାଞ୍ଚଳର ଉନ୍ନୟନ କାମର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ପୌରାଞ୍ଚଳ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହିତ ଅନେକ ନୂତନ ପ୍ରକଳ୍ପର ଶିଳାନ୍ୟାସ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।
ମନ୍ତ୍ରୀ ଶ୍ରୀ ଦାସ ଉତ୍କଳ ଦିବସ ଅବସରରେ ସ୍ଥାନୀୟ କାଳୀନଗର ଷ୍ଟାଡିୟମ ଠାରେ ଆୟୋଜିତ ସଭାରେ ନିର୍ବ।ଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ନବ ନିର୍ବ।ଚିତ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମ ଓ କାଉନସିଲର ମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବାର୍ଡରେ ମିନି କଲ୍ୟାଣ ମଣ୍ଡପ, ଏସଏସଜି ମହିଳାଙ୍କ ପାଇଁ ସଭା ଗୃହ, ଆଲୋକ ବ୍ୟବସ୍ଥା, ପିଇବା ପାଣି ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇବା ପାଇଁ ନିର୍ବ।ହୀ ଅଧିକାରୀ ଚନ୍ଦ୍ରମଣି ସ୍ବାଇଁଙ୍କୁ ପରାମର୍ଶ ଦେଇଥିଲେ।

ବସ୍ତି ବାସିନ୍ଦା ମାନଙ୍କୁ ଥଇଥାନ କରିବା ପାଇଁ ବିଜୁ ପକ୍କା ଘର ଯୋଜନାରେ ହିତାଧିକାରୀଙ୍କୁ ମନ୍ତ୍ରୀ କାର୍ଯ୍ୟ।ଦେଶ ପ୍ରଦାନ କରିଥିଲେ। ସେହିପରି ଉଠା ଦୋକନୀ ମାନଙ୍କୁ ଥଇଥାନ କରିବା ପାଇଁ କାଳୀନଗର ନୃସିଂହ ମନ୍ଦିର ଓ ଗାନ୍ଧୀ ଛକ ଠାରେ ଭେଣ୍ଡିଂ ଜୋନର ଶିଳାନ୍ୟାସ କରିବା ସହିତ ବିଜୁ ପଟ୍ଟନାୟକ ଛକ ଠାରେ ନୂତନ ରାସ୍ତାର ଶୁଭ ଉଦଘାଟନ କରିଥିଲେ। କାଳୀନଗର ଠାରେ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଥିଲେ ଯେ, ବ୍ରଜରାଜନଗର ପୌର ପରିଷଦ ପୂର୍ବତନ ନଗରପାଳ ମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏଥିରେ କମିଟିର ଚେୟାରମେନ ରହିବେ ପୂର୍ବତନ ନଗରପାଳ ନନ୍ଦକିଶୋର ଅଗ୍ରବାଲ ବୋଲି ସେ ପ୍ରକାଶ କରିଥିଲେ। ଆଗାମୀ ଦିନରେ ବ୍ରଜରାଜନଗରର ବିକାଶ ଡବଲ୍ ଇଞ୍ଜିନ୍ ପରି ଆଗେଇବ ବୋଲି ସେ ପ୍ରକାଶ କରିଥିଲେ। ଏଥିରେ ପୌର ପ୍ରଶାସନର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Comments are closed.