ଆଇଏଏସ ସ୍ତରରେ ଅଦଳବଦଳ, ବୀର ବିକ୍ରମ ଯାଦବ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର- ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ହୋଇଛନ୍ତି ବୀର ବିକ୍ରମ ଯାଦବ । ସେ ମଧ୍ୟ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଆଇଏଏସ ଶୁଭମ ସକ୍‌ସେନା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ହୋଇଛନ୍ତି ।

ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ କୃଷି ବିଭାଗର ଯୁଗ୍ମ ସଚିବ ଏବଂ ଖାଦ୍ୟ ଯୋଗାଣ ବିଭାଗର ଯୁଗ୍ମ ସଚିବ ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ବ ତୁଲାଇବେ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ନିକୁଞ୍ଜ ସୁନ୍ଦରାୟଙ୍କୁ ACS ଦାୟିତ୍ବ ଦିଆଯାଇଛି । ସୁନ୍ଦରାୟଙ୍କୁ ପବ୍ଲିକ ଇଣ୍ଟରପ୍ରାଇସ୍ ବିଭାଗର ACS ଦାୟିତ୍ବ ଦିଆଯାଇଛି ।

Comments are closed.