ରାତିରେ ଶୋଇଥିବା ବେଳେ ଦଳିଦେଲା ଦନ୍ତା, ଜଣେ ମୃତ

ତାଳଚେର – ରାତିରେ ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ଦଳିଦେଲା ଦନ୍ତା । ଦନ୍ତା ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ସନ୍ଥପଡା ଗାଁରେ ଘଟିଛି ଏହି ଘଟଣା । ମୃତ ମହିଳା ଜଣଙ୍କ ହେଲେ କାଞ୍ଚନ ମୁଣ୍ଡା। ଆହତ ସ୍ୱାମୀ ମୁକୁନ୍ଦ ମୁଣ୍ଡାଙ୍କୁ ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।କାଞ୍ଚନ ଓ ତାଙ୍କ ସ୍ୱାମୀ ରାତିରେ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଏକ ଗୋଠଛଡ଼ା ଦନ୍ତା ହାତୀ ଆସି ଘର ଭାଙ୍ଗି ଭିତରକୁ ପଶି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ କାଞ୍ଚନଙ୍କ ମୃତ୍ୟୁ ଘଟିଥିବା ବେଳେ ମୁକୁନ୍ଦ ଜୀବନ ବିକଳରେ ଦୌଡ଼ି ପଳାଇଯାଇଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି।

ତାଳଚେର ପୋଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Comments are closed.