ଚୀନର ସାଂଘାଇରେ କରୋନା‌ ସଂକ୍ରମଣ ଅଣାୟତ୍ତ, ସେନାର ସହାୟତା ନିଆଗଲା

ବେଜିଂ: ଦୁଇ ବର୍ଷ ପରେ କରୋନା ପୁଣି ଥରେ ଚୀନରେ ମୁଣ୍ଡ ଟେକିଛି | ଚୀନ୍‌ର ଏକ ବଡ଼ ସହର ସାଂଘାଇରେ କରୋନା ଦ୍ରୁତ ଗତିରେ ବ୍ୟାପୁଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୀନ୍ ସରକାର ୨୫ ନିୟୁତ ଲୋକଙ୍କ ପରୀକ୍ଷା କରିବା ପାଇଁ ୨୦୦୦ ସୈନିକ ମେଡିକାଲ୍ କର୍ମଚାରୀଙ୍କ ସମେତ ଦେଶର ୧୦,୦୦୦ ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ ପଠାଇଛନ୍ତି। ସହରରେ ମଧ୍ୟ ଦୁଇ ସପ୍ତାହ ଧରି ଲକଡାଉନ୍ ଲଗାଯାଇଛି।

କରୋନା ସଂକ୍ରମଣ ଯୋଗୁଁ ଚୀନର ବାଣିଜ୍ୟିକ ରାଜଧାନୀ ତଥା ଏକ ପ୍ରମୁଖ ପରିବହନ ଏବଂ ଉତ୍ପାଦନ ହବ୍ ସାଂଘାଇରେ ଲକଡାଉନ୍ ର ଆର୍ଥିକ ପ୍ରଭାବ ଅନୁଭୂତ ହେବାରେ ଲାଗିଛି।

ଚୀନରେ ଅତ୍ୟଧିକ ସଂକ୍ରାମକ ଓମିକ୍ରନ୍ ବିଏ.୨ ଭାରିଆଣ୍ଟର ଅଧିକ ମାମଲା ରେକର୍ଡ କରାଯାଇଛି | ଚୀନ୍ ଲକ୍ଷ୍ୟ ରଖିଛି କି ପଜିଟିଭ୍ ପରୀକ୍ଷା କରୁଥିବା ସମସ୍ତଙ୍କୁ ଅଲଗା କରି ସକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖିଛି। ସାଂଘାଇ ଏକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧାକୁ ଏକ ବୃହତ କ୍ବାରେଣ୍ଟାଇନ ସେଣ୍ଟରରେ ପରିଣତ କରିଛି ଯେଉଁଠାରେ ସାମାନ୍ୟ କିମ୍ବା କୌଣସି ଲକ୍ଷଣ ନଥିବା ଲୋକଙ୍କୁ ବିଚ୍ଛିନ୍ନ ଶଯ୍ୟାରେ ରଖାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଚୀନ୍ ସୋମବାର ସାରା ଦେଶରେ ୧୩,୦୦୦ ରୁ ଅଧିକ ନୂତନ ମାମଲା ରିପୋର୍ଟ କରିଛି, ସେଥିମଧ୍ୟରୁ ପ୍ରାୟ ୧୨,୦୦୦ ଲକ୍ଷଣ ବିହୀନ। ଏଥିମଧ୍ୟରୁ ପ୍ରାୟ ୯,୦୦୦ ମାମଲା ସାଂଘାଇରେ ହିଁ ରିପୋର୍ଟ ହୋଇଛି। ଦ୍ୱିତୀୟ ପ୍ରମୁଖ ପ୍ରଭାବିତ ଅଞ୍ଚଳ ହେଉଛି ଉତ୍ତର-ପୂର୍ବ ଚୀନ୍‌ର ଜିଲିନ୍ ପ୍ରଦେଶ, ଯେଉଁଠାରେ ନୂତନ ମାମଲା ୩୫୦୦ ରେ ପହଞ୍ଚିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପଡୋଶୀ ଜିଆଙ୍ଗସୁ ଏବଂ ଜେଜିଆଙ୍ଗ ପ୍ରଦେଶର ପ୍ରାୟ ୧୫,୦୦୦ ଡାକ୍ତରୀ କର୍ମଚାରୀ ସୋମବାର ସକାଳେ ବସ୍ ଯୋଗେ ସାଂଘାଇ ଅଭିମୁଖେ ବାହାରିଛନ୍ତି।

ଚୀନର ଏକ ସାମରିକ ଖବରକାଗଜ କହିଛି ଯେ ସେନା, ନୌସେନା ଏବଂ ମିଳିତ ଲଜିଷ୍ଟିକ୍ ସପୋର୍ଟ ଫୋର୍ସର ୨୦୦୦ ରୁ ଅଧିକ କର୍ମଚାରୀ ରବିବାର ଦିନ ସାଂଘାଇରେ ପହଞ୍ଚିଛନ୍ତି।

Comments are closed.