ଷ୍ଟେଟ ଆଥଲେଟିକ୍ସ ମିଟ କ୍ୟାମ୍ପରେ ଖେଳାଳିଙ୍କୁ ଯୌନ ନିର୍ଯାତନା ଘଟଣାରେ ତିନି ଗିରଫ

ଭୁବନେଶ୍ୱର – ଷ୍ଟେଟ ଆଥଲେଟିକ୍ସ ମିଟ କ୍ୟାମ୍ପରେ ଖେଳାଳିଙ୍କୁ ଯୌନ ନିର୍ଯାତନା ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଇନଫୋସିଟି ଥାନା ପୋଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ୩ ଖେଳାଳି ଆଥଲେଟିକ୍‌ସ ମିଟରେ ଅଂଶଗ୍ରହଣ କରିଥିଲେ । ଗିରଫ ସମସ୍ତ ଖେଳାଳି ରାଉଲକେଲାର ହୋଇଥିବା ସୂଚନା ମିଳିଛି ।

Comments are closed.