ନୂଆପଡାରେ ସିରିଜ ଦୁର୍ଘଟଣା, ଜଣେ ଗୁରୁତର

ନୂଆପଡ଼ା : ସାମ୍ନା ସାମ୍ନି ଧକ୍କା ହେଲେ ୨ ଟ୍ରକ । ତାପରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଦେଲେ ଧକ୍କା । ନୂଆପଡ଼ା ଜିଲ୍ଲା ଜାତୀୟ ରାଜପଥ ୩୫୩ ଝାରକୁସୁମ ଛକରେ ଘଟିଛି ଏହି ସିରିଜ୍‌ ଦୁର୍ଘଟଣା । ଏଥିରେ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଆଉ ଅନ୍ୟକିଛି ଆହତ ହୋଇଛନ୍ତି । ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କୋମନା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଯାନ୍ତ୍ରିକ ତ୍ରୁଟି ଲାଗି ଏକ ମାଲବାହି ଟ୍ରକ ନୂଆପଡ଼ା ଜିଲ୍ଲା କୋମନା ଥାନା ଝାଲକୁସୁମ ଛକ ରାସ୍ତା କଡରେ ଛିଡା ହୋଇଥିଲା । ସକାଳୁ ସକାଳୁ ଉଭୟ ପଟୁ ଆସୁଥିବା ଦୁଇଟି ଟ୍ରକ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ପରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ ସହିତ ଧକ୍କା ହୋଇଥିଲା । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

Comments are closed.