କୁସୁପୁର ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବର ପୋଲିସ ରିମାଣ୍ଡ ଶେଷ

କଟକ – କୁସୁପୁର ଗଣହତ୍ୟା ମାମଲାରେ, ଅଭିଯୁକ୍ତ ଶିବ ସାହୁର ୩ ଦିନିଆ ପୋଲିସ ରିମାଣ୍ଡ ଶନିବାର ଶେଷ ହୋଇଛି । ୩ ଦିନିଆ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାସଲ କରିଛି ପୋଲିସ । ହତ୍ୟାକାରୀ ବୋଲି ଶିବ ନିଜେ ସ୍ବୀକାର କରିଥିବା ବେଳେ ଏବେ ଶିବର ଅପରାଧ ପ୍ରମାଣିତ କରିବା ପାଇଁ ପ୍ରମାଣ ସଂଗ୍ରହ କରିବାରେ ଲାଗିଛି ପୋଲିସ ।ଏହାରି ଭିତରେ ଶିବ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା କଟୁରୀକୁ ସ୍ଥାନୀୟ ଅଞ୍ଚଳରେ ଧାର କରିଥିବା ଜଣା ପଡିବା ପରେ ସେ କେଉଁ ଠାରେ ତାର କଟୁରୀକୁ ଧାର କରିଥିଲା ଏବଂ କେଉଁ ବ୍ୟକ୍ତି ଏହି କାର୍ଯ୍ୟ କରିଥିଲେ ଏବେ ତାଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ । ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ମାହାଙ୍ଗା ପୋଲିସ ଦିନ ରାତି ଏକ କରି ଦେଇଛି । କାରଣ ଶିବ ଯେଉଁ କଟୁରୀରେ ଏହି ଗଣ ହତ୍ୟା ଭିଆଇଥିଲା ସେହି କଟୁରୀକୁ ସେ ସ୍ଥାନୀୟ କୌଣସି ବ୍ୟକ୍ତିଙ୍କ ଠାରୁ କିଣିଥିଲା ଏବଂ ହତ୍ୟାର ଚାରି ଦିନ ପୁର୍ବରୁ ସେହି କଟୁରୀକୁ ନିକଟସ୍ଥ ବାଲିଚନ୍ଦ୍ରପୁର ବଜାରରେ ଥିବା ଏକ ସାଣରେ କଟୁରୀକୁ ଧାର କରିଥିଲା ।

Comments are closed.