ଦେଶକୁ ବିପଦ ଆସିଲେ ସଂକେତ ଦେଇଥାଏ ଏହି ପ୍ରସିଦ୍ଧ ମନ୍ଦିର

ଦେଶକୁ ଯେତେବେଳେ କିଛି ବିପଦ ଆସିଥାଏ ଠିକ ତାର ପୂର୍ଵବର୍ତି ସମୟରେ ଏପରି କିଛି ସଙ୍କେତ ଦେଇଥାଏ ଏହି ପ୍ରସିଦ୍ଧ ମନ୍ଦିର । ଆଗକୁ ସଙ୍କଟ ଥିଲେ ବଦଳିଯାଏ ଏହି ମନ୍ଦିର ପରିସର ରେ ଥିବା ପୁଷ୍କରିଣୀର ପାଣିର ରଙ୍ଗ।

ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହା ସେମାନଙ୍କ ବିରଳ ଚମତ୍କାରିତା ପାଇଁ ଜଣାଶୁଣା।ସେହିପରି ଏକ ମନ୍ଦିର ଯାହାକୁ ନେଇ ରହିଛି ଅନେକ ରହସ୍ୟ ଏବଂ ଧାର୍ମିକ ବିଶ୍ୱାସ |

ଏହି ରହସ୍ୟମୟ ମନ୍ଦିର ହେଉଛି କ୍ଷୀର ଭବାନୀଙ୍କ ପୀଠ । ଜମ୍ମୁକାଶ୍ମୀର ନଗରର ଗାନ୍ଦରବଲ ଜିଲ୍ଲା ତୁଲମୂଲା ଗାଁରେ ରହିଛି ଏହି ଦେବୀପୀଠ । ପ୍ରାକୃତିକ ସୌଦର୍ଯ୍ୟ ଚମତ୍କାରିତା ଏବଂ ଧାର୍ମିକ ବିଶ୍ୱାସ ପାଇଁ ପ୍ରସିଦ୍ଧ ଏହି ମନ୍ଦିର। ମନ୍ଦିରଟି ଏକ ପୁଷ୍କରିଣୀ ଉପରେ ବିଦ୍ୟମାନ।କୁହାଯାଏ ଯେତେବେଳେ କାଶ୍ମୀରରେ କୌଣସି ବିପଦ ଆସିବାକୁ ଥାଏ ମାତା କ୍ଷୀର ଭବାନୀ ଏହାର ସଙ୍କେତ ଦେଇଥାନ୍ତି । ଏହି ଦେବୀଙ୍କ ଅନ୍ୟନାମ ହେଉଛି ମହାରଜ୍ଞା ଦେବୀ ମନ୍ଦିର। ପାରମ୍ପରିକ ରୀତିରେ ବସନ୍ତ ଋତୁରେ ଏହି ଦେବୀଙ୍କ ଉପରେ କ୍ଷୀର ଲାଗି କରାଯାଇଥାଏ। ସେଇ ହେତୁରୁ ଦେବୀଙ୍କ ଅନ୍ୟନାମ କ୍ଷୀର ଭବାନୀ ବୋଲି କୁହାଯାଏ। ବିପଦ ଆସିବାକୁ ଥିଲେ ଏହି ମନ୍ଦିରରେ ଥିବା ପୁଷ୍କରିଣୀ ପାଣିର ରଙ୍ଗ ବଦଳିବା ଆରମ୍ଭ କରେ।

ଜାମ୍ମୁ ଏବଂ କାଶ୍ମୀର ର ମହାରାଜା ପ୍ରତାପ ସିଂ ଏବଂ।ମହାରାଜା ହରି ସିଂ ଏହି ମନ୍ଦିର ନିର୍ମାଣ ଓ ଜୀର୍ଣ୍ଣିଦ୍ଧାର କରିଥିବା ଜଣାଯାଏ। ଏହି କ୍ଷେତ୍ରର ରେ ଅନ୍ୟ ଏକ କ୍ଷୀର ଭବାନୀ ମନ୍ଦିର ରହିଛି ଯାହା ଭାରତୀୟ ସେନା ଦ୍ୱାରା ନିର୍ମିତ।

ଏହି ମନ୍ଦିର ରାମାୟଣ ସହିତ ଜଡ଼ିତ ବୋଲି କୁହାଯାଏ । ପ୍ରଥମେ ରାବଣ ଏହାଙ୍କୁ ପୂଜା କରୁଥିଲେ। କିନ୍ତୁ ତାଙ୍କର କ୍ରୁରତା ଦେବୀଙ୍କୁ ଅସନ୍ତୁଷ୍ଟ କଲା ତେଣୁ ଦେବୀ ହନୁମାନ ଙ୍କ ସହାୟତାରେ ଲଙ୍କା ରୁ ଏହି ସ୍ଥାନକୁ ଚାଲି ଆସିଲେ।ସେହି ମୟସ ବସନ୍ତ ଋତୁ ଥିଲା। ଆଜିବି ଏଠାରେ ବସନ୍ତ ଉତ୍ସବ ଆଡ଼ମ୍ବର ସହକାରେ ପାଳନ କରାଯାଏ।
୧୮୯୦ ଦଶକରେ ସ୍ୱାମୀ ବିବେକାନନ୍ଦ ଏହି ସ୍ଥାନକୁ ଆସି ଦେବୀଙ୍କ ଶରଣାପନ୍ନ ହୋଇଥିଲେ। ମାଙ୍କ ଜୀର୍ଣ୍ଣଶୀର୍ଣ୍ଣ ମନ୍ଦିର ଦେଖି ଦୁଃଖ ପ୍ରକାଶ କରିଥିଲେ।। ଦେବୀ ସ୍ୱାମୀଜୀଙ୍କ ଉପରେ ପ୍ରସନ୍ନ ହୋଇ ସିଏ ନିଜ ଇଚ୍ଛାରେ ଏହି ଜୀର୍ଣ୍ଣଶୀର୍ଣ୍ଣ ମନ୍ଦିରରେ ରହିଥିବା ପ୍ରକାଶ କରିଥିଲେ। କହିଥିଲେ ପୁତ୍ର ମୁଁ ଚାହିଁଲେ ସୁନାର ସାତ ମହଲା ବଙ୍ଗଳାରେ ରହି ପାରିବି। କିନ୍ତୁ ମୋ ପାଇଁ ଏହା ଭଲ

ମାଙ୍କ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ବହୁ ଭକ୍ତ ପ୍ରତିଦିନ ଆସନ୍ତି । ପ୍ରତିଦିନ ଦେବୀ ପୀଠରେ କ୍ଷୀରି ଭୋଗ ଲଗାଯାଏ। ମନ୍ଦିରକୁ ନେଇ ଅନେକ ରହସ୍ୟମୟ କାହାଣୀ ରହିଛି ଯେତେବେଳେ କଶ୍ମୀର ଉପରେ କୌଣସି ବିପଦ ମାଡ଼ିଆସେ ମନ୍ଦିରରେ ଥିବା ଜଳର ପୁଷ୍କରିଣୀର ରଙ୍ଗ ବଦଳିବା ତଥା କଳା କିମ୍ବା ଲାଲ୍ ରଙ୍ଗ ହୋଇଯାଏ।

ବର୍ଷସାରା ଏହି ପୁଷ୍କରିଣୀ ର ପାଣି କ୍ଷୀର ପରି ପରିଷ୍କାର ରହିଥାଏ। ଯେତେବେଳେ କିଛି ବିପଦ ଆଶଙ୍କା କରାଯାଏ, ସେତେବେଳେ ଏହି ପାଣିର ରଙ୍ଗ ବଦଳି ଯାଇଥାଏ। ୨୦୧୪ ରେ ଯେତେବେଳେ କାଶ୍ମୀରରେ ବନ୍ୟା ପ୍ରବାହ ହୋଇଥିଲା ସେତେବେଳେ ଲୋକମାନେ କହିଥିଲେ ହେ ଏହି ପୁଷ୍କରିଣୀର ପାଣି କଳା ହୋଇ ଯାଇଥିଲା । ସେହିପରି କାର୍ଗିଲ ଯୁଦ୍ଧ ଆରମ୍ଭରେ ଏହି ପୁଷ୍କରିଣୀର ପାଣି ଲାଲ୍ ହୋଇ ଯାଇଥିଲା। କେବଳ ଏତିକି ନୁହେଁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହି ପୁଷ୍କରିଣୀର ପାଣିର ରଙ୍ଗ ସବୁଜ ହୋଇ ଯାଇଥିଲା। ବିଶ୍ୱାସ ଅଛି ଯେତେବେଳେ ଏହି ପୁଷ୍କରିଣୀର ପାଣିର ରଙ୍ଗ ସବୁଜ ହୋଇଯାଏ ଏହା ସମୃଦ୍ଧିର ସଙ୍କେତ ଦେଇଥାଏ।

ମନ୍ଦିରରେ ମାଙ୍କ ଚାରି ପାଖରେ ଥିବା ପାଣିରେ ରହିଛି ଚମତ୍କାର । ବର୍ଷ ସାରା ପାଣିର ରଙ୍ଗ ଏହିପରି କ୍ଷୀର ତଥା ଧଳା ରଙ୍ଗର ହୋଇଥାଏ ହେଲେ କୌଣସି ବିପଦ ଆସିଲେ ପାଣିର ରଙ୍ଗ ଅଚାନକ ଭାବରେ କଳା ହୋଇଯାଏ ପାଣିର ରଙ୍ଗ ପରିବର୍ତ୍ତନ ହିଁ ବିପଦର ସଙ୍କେତ ଦେଇଥାଏ ବୋଲି ଲୋକେ କହିଛନ୍ତି।

Comments are closed.