ଗାଁରେ ଏକାଧିକ ଲୋକ କିଡନୀ ରୋଗରେ ପୀଡ଼ିତ

ବଲାଙ୍ଗୀର: ବଲାଙ୍ଗୀରର ଗୋଟିଏ ଗ୍ରାମର ଶତାଧିକ ଲୋକ କିଡନୀ ରୋଗରେ ପୀଡିତ ହୋଇଛନ୍ତି । ଏନେଇ ସେମାନେ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସରକାରୀ ସହାୟତା ଲୋଡିଛନ୍ତି । ଘଟଣାଟି ହେଉଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଡେନ ଦୁଙ୍ଗୁରୀ ଗ୍ରାମର । ଏହି ଗ୍ରାମରେ ଦୁଇଟି ୱାର୍ଡ ଥିବା ବେଳେ ଲୋକ ସଂଖ୍ୟା ଦୁଇ ହଜାର ହେବ । ତେବେ ଏହି ଗ୍ରାମର ଶତାଧିକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି ।

ଗ୍ରାମର ୧୦ ଜଣ ଏହି କିଡନୀ ରୋଗରେ ମୃତ୍ୟୁବରଣ କରିଥିବାର ଗ୍ରାମବାସୀ କହିଛନ୍ତି । ତେବେ ଦୀର୍ଘ ଦିନରୁ ୫୦ରୁ ଅଧିକ କିଡନୀ ରୋଗୀଙ୍କୁ କଟକ ବଡ଼ ମେଡିକାଲ୍ ଚିକିତ୍ସା ପାଇଁ ନିୟମିତ ଯିବାକୁ ପଡିଥାଏ । ହେଲେ କରୋନା କାରଣରୁ ସେମାନେ ତଳିତଳାନ୍ତ ହୋଇଯାଇଥିବା ବେଳେ ଆଉ ଚିକିତ୍ସା ପାଇଁ ସେଠାକୁ ଯାଇପାରୁ ନାହାଁନ୍ତି ।

Comments are closed.