କରୋନା ଅପଡେଟ୍: ଦେଶରେ ୨୪୮୩ ନୂଆ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ମାମଲା ୧୫ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ପୁଣି ଉର୍ଦ୍ଧ୍ବମୁଖୀ ହୋଇଛି । ଗତ କିଛି ଦିନ ହେବ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ମାମଲାଗୁଡ଼ିକ ପ୍ରଶାସନଠାରୁ ଆରମ୍ଭ କରି ଲୋକଙ୍କ ପାଇଁ ଚିନ୍ତା ବଢାଇଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୪୮୩ ଟି କରୋନା ମାମଲା ରିପୋର୍ଟ ହୋଇଛି।

ଗତକାଲି ତୁଳନାରେ ଆଜି ନୂଆ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମ୍ । ଗତକାଲି ୨୫୪୧ ନୂଆ ମାମଲା ରୁଜୁ ହୋଇଥିଲା । ଗତକାଲିର ମାମଲା ଗତକାଲି ତୁଳନାରେ ୨.୨ ପ୍ରତିଶତ କମ୍ । ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧,୯୭୦ ନୂତନ ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ଏହି ସମୟରେ, ସକ୍ରିୟ ମାମଲା ସଂଖ୍ୟା ୧୫ ହଜାର ୬୩୬ କୁ ବୃଦ୍ଧି ପାଇଛି ।

ଏହି ସମୟ ମଧ୍ୟରେ ଏହି ରୋଗ ଯୋଗୁଁ ୧୩୯୯ ଜଣଙ୍କର ମୃତ୍ୟୁ ହୋଇଛି । ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୫୨୩,୬୨୨ ରେ ପହଞ୍ଚିଛି ।

Comments are closed.