ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫୋପାଡି ଦେଇଥିବା ସନ୍ଦେହ

ବଲାଙ୍ଗୀର : ବଲାଙ୍ଗୀର ତୁଷୁରା ଥାନା ଭୁଆଁପଡା ରାସ୍ତା କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମହିଳାଙ୍କ ବେକ କାଟି ହତ୍ୟା କରିବା ପରେ ରାସ୍ତା କଡରେ ଫିଙ୍ଗିଦେଇଥିବା ଅନୁମାନ କରାଯଉଛି । ମୃତକ ମହିଳା ଜଣଙ୍କ ହେଉଛନ୍ତି ସୀମାଞ୍ଚଲି ମାଝୀ । ପରିବାର ଭିତରେ ଜମିବାଡି ବିବାଦକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା କରାଯାଇଥିବା ସୂଚନା ।

ତେବେ ମୃତ ମହିଳା ଜଣକ ବରଗଡ଼ ଜିଲ୍ଲାର ବୋଲି ଜଣାପଡିଛି । ତାଙ୍କ ସ୍ୱାମୀଙ୍କ ନା ଧନବର ମାଝି । ଦୀର୍ଘ ବର୍ଷ ଧରି ଜମିବାଡ଼ିକୁ ନେଇ ପରିବାର ଭିତରେ କଳହ ଲାଗି ରହିଥିଲା । ଯାହାକି ହତ୍ୟାର ରୂପ ନେଇଛି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଭଳି ବିଭତ୍ସ ଘଟଣା ପରେ ଗାଁ ଏବେ ଶୂନଶାନ୍ । ଘଟଣା ସ୍ଥଳରେ ତୁଷୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.