ଜଙ୍ଗଲରୁ ମିଳିଲା ନାବାଳକର ମୃତଦେହ, ଜଣେ ଅଟକ

ବଲାଙ୍ଗୀର: ନାବାଳକର ଗଳିତ ଶବ ଉଦ୍ଧାର । ଜଣେ ଅଭିଯୁକ୍ତ ଅଟକ । ମୃତକ ନବମ ଶ୍ରେଣୀର ଛାତ୍ର ମୋହନ କୁମାର (୧୩ ବର୍ଷ) ବୋଲି ଜଣାପଡିଛି । ଟିଟିଲାଗଡ଼ ସହର ସିରଭଟା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ଖବର ଅନୁଯାୟୀ, ମୋହନ କୁମାର ଗତ ଶନିବାରଠୁ ଝାଙ୍କରପଡାକୁ ଟ୍ୟୁସନ ଆସିଥିଲେ । କିନ୍ତୁ ତାପର ଠାରୁ ସେ ଆଉ ଘରକୁ ଫେରିନଥିଲା କି ତାଙ୍କର କୌଣସି ପତ୍ତାମିଳିନଥିଲା । ପରିବାର ଲୋକେ ଟିଟିଲାଗଡ଼ ଥାନାରେ ଏତଲା ଦେଇଥିଲା ।ପୋଲିସ ନିକଟରେ ଲାଗିଥିବା ସିସିଟିଭିକୁ ଆଧାର କରି ତଦନ୍ତ କରୁଥିଲା । କିନ୍ତୁ ବୁଧବାର ସିକେଇ ଜଙ୍ଗଲରୁ ମୋହନଙ୍କ ଗଳିତ ଶବ ଠାବ କରାଯାଇଥିଲା । ମୃତକ ଆଶିଷ କୁମାର ବୋଲି ମଧ୍ୟ ସ୍ପଷ୍ଟ ହୋଇଥିଲା ।

ସେପଟେ ଏହି ଘଟଣା ପଛରେ ଜଣେ ସଂପର୍କୀୟ ଥିବା ପୋଲିସ ସନ୍ଦେହ କରିଥିଲା । ପରେ ପୋଲିସ ତାକୁ ଅଟକ ରଖି ପଚରାଉଚରା ସମୟରେ , ସେ ହତ୍ୟା କରିଥିବା ମାନିଥିବା ସୂଚନା ମିଳିଛି । ମୋହନଙ୍କ ଦୂର ସଂପର୍କୀୟ ଭାଇ ଜଙ୍ଗଲକୁ ଡାକି ନେଇ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସୂଚନା ମିଳିଛି । ତେବେ କାହିଁକି ଓ କଣ ପାଇଁ ନାବାଳକର ହତ୍ୟା କରାଗଲା । ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Comments are closed.