ବିଡ଼ିଓଙ୍କୁ ବିଧାୟକଙ୍କ ମାଡ଼ ଘଟଣା, ବିଜେଡି ପକ୍ଷରୁ ଏସପିଙ୍କୁ ଦାବିପତ୍ର ଓ ଗଣ ଧାରଣା ପରେ ବନ୍ଧା ହେଲେ ବିଧାୟକ

ଦେବଗଡ଼: ତିଳେଇବଣି ବିଡିଓଙ୍କୁ ମାଡ଼ ଘଟଣା ଦେବଗଡ଼ ବିଧାୟକଙ୍କ ଗିରଫ କରିଛି ପୋଲିସ । ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଭୁବନେଶ୍ବରରୁ ଗିରଫ କଲା ଦେବଗଡ ଆଦର୍ଶ ଥାନା ପୋଲିସ । ଗିରଫ ପରେ ବିଧାୟକଙ୍କୁ ଦେବଗଡ ଆଣୁଛି ପୋଲିସ ।

ଖବର ଅନୁଯାୟୀ, ଶନିବାର ଦିନ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ବିଡିଓଙ୍କୁ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମାଡପିଟ କରିଥିବା ଅଭିଯୋଗ ହୋଇଥିଲା । ତିଲେଇବଣୀ ବ୍ଲକ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଏକ ସରକାରୀ କାର୍ଯ୍ୟରେ ଛେପଲିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡି ଗ୍ରାମକୁ ଯାଇଥିବା ବେଳେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କର ସମର୍ଥକ ମାନେ ଘଟଣାସ୍ଥଳରେ ପହଞ୍ଚି ବିଡିଓଙ୍କୁ ଆକ୍ରମଣ କରିଥିଲେ। ଫଳରେ ବିଡିଓଙ୍କ ଓଠ ଫାଟିଯିବା ସହ ସେ ଆହତ ହୋଇଥିବା ଅଭିଯୋଗ କରିଛନ୍ତି। ଘଟଣା ପରେ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଦେବଗଡ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି ।

ପ୍ରକାଶ ଥାଉକି ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ଓ ତାଙ୍କ ସମର୍ଥକ ମାନଙ୍କ ମାଡ଼ ମାରିବା ଘଟଣା କୁ ନେଇ ନିନ୍ଦା କରିବା ସହ ଦଳ ଦେବଗଡ ତରଫରୁ ଦେବଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ବୁଖ ରେ ଗଣ ଧାରଣା ଓ ବିକ୍ଷୋଭ କରଯାଇଥିଲା।

Comments are closed.