ଆଜି ଅକ୍ଷୟ ତୃତୀୟା: ପୁରୀରେ ଅନୁକୂଳ ହେବ ଶ୍ରୀଜୀଉଙ୍କ ରଥ ନିର୍ମାଣ

ପୁରୀ – ଆଜି ପବିତ୍ର ଅକ୍ଷୟ ତୃତୀୟା‌। ପରମ୍ପରା ଅନୁଯାୟୀ, ଆଜି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଆଜି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ମଧ୍ୟ ଆରମ୍ଭ ହେବ। ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ। ଦୁଇବର୍ଷ ପରେ ଭକ୍ତମାନଙ୍କ ଗ୍ରହଣରେ ବାହାର ଚନ୍ଦନ ଯାତ୍ରା ହେବ ।

ରଥ ନିର୍ମାଣ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ହୋଇଛି। ତିନି ଧଉରା କାଠ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମ୍ମୁଖରେ ପୂଜାର୍ଚ୍ଚନା ପାଇଁ ରଖାଯାଇଛି। ଆଜି ଅପରାହ୍ଣ ପ୍ରାୟ ୪ଟାରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଦେଉଳ ପୁରୋହିତ, ଶ୍ରୀନଅର ରାଜଗୁରୁ, ବେଦଜ୍ଞ ବ୍ରାହ୍ମଣମାନେ ସ୍ବତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିବେ। ବନଜାଗର ଇଷ୍ଟଦେବ ପ୍ରଭୁ ନୃସିଂହଙ୍କୁ ନୃସିଂହଙ୍କ ମନ୍ତ୍ରରେ ପୂଜାପାଠ ସହ ଯଜ୍ଞ ଆହୁତି ଦିଆଯିବ। ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ତିନି ଅଜ୍ଞାମାଳ ବିଜେ ପରେ ଛାମୁଣ୍ଡିଆ ଭିତରେ ରହିଥିବା ତିନି ରଥକାଠରେ ଲାଗି ହେବ।

Comments are closed.