ଆଜି ମୁଖ୍ୟମନ୍ତ୍ରୀ ଦେବେ କାଳିଆ ସହାୟତା

ଭୁବନେଶ୍ୱର – ଆଜି ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ ସହାୟତା ରାଶି ବଣ୍ଟନ କରିବେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅପରାହ୍ନ ସାଢ଼େ ୫ଟାରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରାୟ ୩୬.୫୦ଲକ୍ଷ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ। କାଳିଆ ସହାୟତା ବାବଦରେ ଆଜି ପ୍ରାୟ ୭୩୦କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ। ଏହାସହିତ ମୁଖ୍ୟମନ୍ତ୍ରୀ ପଣସ ମିଶନର ଆରମ୍ଭ, ମିଲେଟ୍ ମିଶନର ସମ୍ପ୍ରସାରଣ, କୃଷକ ଓଡ଼ିଶା ପୋର୍ଟାଲର ଆରମ୍ଭ, ଚାଷୀ ଓ କୃଷି ଉଦ୍ୟୋଗୀଙ୍କ ପାଇଁ ସିଙ୍ଗଲୱିଣ୍ଡୋ ସୁବିଧା ନିମନ୍ତେ ସୁଗମ ପୋର୍ଟାଲର ଆରମ୍ଭ, ପୁରସ୍କାର ବିତରଣୀ, କୃଷକ ଉତ୍ପାଦନ ଗ୍ରୁପ୍ ଗଠନ ନିମନ୍ତେ କାର୍ଯ୍ୟକ୍ରମ ଆଦିର ଶୁଭାରମ୍ଭ କରିବେ ।

Comments are closed.