ମାତୃ ଦିବସରେ ଆଲୋଡ଼ା ହେଇଗଲା ମାଆ, ମୃତ୍ୟୁ ପରେ ମିଳିଲାନି ଚାରିକାନ୍ଧ

ବୌଦ୍ଧ: ଦଶ ମାସ ଗର୍ଭରେ ରଖି ସବୁ ଦୁଃଖ କଷ୍ଟ ସହ୍ୟ କରି ମା’ଟିଏ ଶିଶୁକୁ ଜନ୍ମ ଦେଇଥାଏ । ସେ ହେଉଛି କରୁଣାମୟୀ, ସ୍ନେହମୟୀ ମା । ଆଜି ସେମାନଙ୍କ ଉତ୍ସର୍ଗୀକୃତ ଭଲ ପାଇବାର ଦିନକୁ ମନେ ପକାଇ ସମସ୍ତେ ପାଳନ କରୁଛନ୍ତି ମାତୃ ଦିବସ । ହେଲେ ଆଜି ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ହୃଦୟ ବିଦାରକ । ଘଟଣାଟି ହେଉଛି ବୌଦ୍ଧ ଜିଲ୍ଲାର ସଦର ବ୍ଲକ ବଲାସିଂହା ଗାଁର।

ସୂଚନା ମତେ ସେହି ଗାଁର ଜଣେ ଝିଅ ଜମ୍ବୁ ଅନ୍ୟ ଜାତିର ପୁଅକୁ ବିବାହ କରିଥିବାରୁ ମାଆର ମୃତ୍ୟୁ ପରେ ଗାଁର ସାହି ପଡିଶା ଘର ଲୋକେ କେହି ଶବ ଉଠାଇବୁ ନାହିଁ ବୋଲି ବାରଣ କରି ଦେଇଛନ୍ତି । ଯଦ୍ୱାରା ମୃତ ଦେହ ଦୀର୍ଘ ୧୨ଘଣ୍ଟା ଧରି ପଡି ରହିଛି । ମୃତ ମହିଳା ଜଣକ ହେଲେ ସୁଲଭ ପ୍ରଧାନ (୮୦ ବର୍ଷ) ।

ସୁଲଭଙ୍କ ଗତକାଲି ରାତିରେ ପରଲୋକ ହୋଇ ଯାଇଥିଲା । ମାର ମୃତ୍ୟୁ ଖବର ପାଇ ନିକଟ ଗାଁରେ ରହୁଥିବା ଏକମାତ୍ର ଝିଅ ଜମ୍ବୁ ନିଜ ଘରକୁ ଆସିଥିଲେ । କିନ୍ତୁ ଆଖପାଖ ଲୋକେ ମୃତ ଦେହକୁ ଛୁଇଁବାକୁ ମନା କରିଦେଇଥିଲେ । ତେଣୁ ସତ୍କାର ହୋଇ ପାରିନଥିଲା ।ପରେ ଖବରପାଇ ଗଙ୍ଗାଧର ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ପ୍ରଶାସନର ସହଯୋଗରେ ସତ୍କାର କରାଯାଇଛି ।

Comments are closed.