ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ, ସିନ୍ଧେକେଲା ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ବଲାଙ୍ଗିର ୧୦।୦୫ : ଭିଜିଲାନ୍ସ ଜାଲରେ ଫରେଷ୍ଟର । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ୱାଇଁ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ।

ଖବର ଅନୁଯାୟୀ, ଜଙ୍ଗଲ ବିଭାଗ ଅଧିନରେ କାମ କରୁଥିବା ଜଣେ ଶ୍ରମିକଙ୍କ ଠାରୁ ଲାଞ୍ଚ ନେଉଥିଲେ ଫରେଷ୍ଟର । ଶ୍ରମିକଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍‌ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ୱାଇଁଙ୍କୁ ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ । ତେବେ ଶ୍ରମିକଙ୍କ ଠାରୁ କେବଳ ଲକ୍ଷେ ଟଙ୍କା ନା ଆଉ କେତେ ଟଙ୍କା ନେଇଛନ୍ତି କି ଆଗକୁ ନେବାର ଥିଲା । ଚଢ଼ାଉ ବେଳେ ତାଙ୍କ ଠାରୁ ନଗଦ ଏକ ଲକ୍ଷ ତିନି ସହ ଟଙ୍କା ଜବତ କରିଥିଲା । ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ବିଭାଗ ଏକ କାଳୀନ ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛି । ସେହିପରି ତାଙ୍କର ସରକାରୀ ଆବାସରୁ 17 ଲକ୍ଷ ଟଙ୍କା ନଗଦ ଓ ସୁନା ଗହଣା ଭିଜିଲାନ୍ସ ବିଭାଗ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Comments are closed.