ଅକ୍ଟୋବରରେ ସରିବ ଆନ୍ତର୍ଜାତିକ ବିର୍ସା ମୁଣ୍ଡା ହକି ଷ୍ଟାଡିଅମର ନିର୍ମାଣ 

ଝାରସୁଗୁଡା : ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ ଆସନ୍ତା ଅକ୍ଟୋବର ସୁଦ୍ଧା ପ୍ରସ୍ତୁତ ହୋଇଯିବ। ରାଉରକେଲାରେ ନିର୍ମାଣାଧୀନ ବିର୍ସ। ମୁଣ୍ଡା ଷ୍ଟାଡିଅମ୍ ଆସନ୍ତା 2023ରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ବ କପ୍ ସମଗ୍ର ବିଶ୍ବର ଖେଳାଳୀଙ୍କୁ ଅପୂର୍ବ ଅନୁଭୂତି ଦେବ ବୋଲି ଆଶା କରାଯାଉଛି।

ଆସନ୍ତା 2023ରେ ଓଡିଶା ସରକାର ଆୟୋଜନ କରିବାକୁ ଯାଉଛନ୍ତି ହକି ବିଶ୍ବ କପ୍। ଏହା ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମ୍ ଏବଂ ରାଉରକେଲାର ବିର୍ସ। ମୁଣ୍ଡା ଷ୍ଟାଡିଅମ୍ ଅନୁଷ୍ଠିତ ହେବ। ଏଥିପାଇଁ ଉଭୟ ଷ୍ଟାଡିଅମ୍ ର ପ୍ରସ୍ତୁତି କାମ ଜୋରସୋରରେ ଜାରି ରହିଛି। ତେବେ, ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମ୍ ରେ 15 ହଜାର ଦର୍ଶକଙ୍କ ବସିବା ବ୍ୟବସ୍ଥା ଥିବା ବେଳେ ରାଉରକେଲାର ନିର୍ମ।ଣାଧୀନ ଷ୍ଟାଡିଅମ୍ ରେ 20 ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ। ବିଶ୍ବସ୍ତରୀୟ ଢାଞ୍ଚାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ଉନ୍ନତ ଭିତ୍ତିଭୂମି ସହ ଏହି ଷ୍ଟାଡିଅମର ପ୍ରସ୍ତୁତି ଚାଲିଛି। ତେବେ, ଆସନ୍ତା ଅକ୍ଟୋବର ସୁଦ୍ଧା ଏହାର ନିର୍ମ।ଣ କାମ ଶେଷ ହେବ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି। ନିର୍ମ।ଣ କାମ ସରିବା ପରେ ଆନ୍ତର୍ଜ।ତିକ ହକି ଫେଡେରେସନ୍ (ଏଫ୍ଆଇଏଚ୍)ର ଅଧିକାରୀ ଦଳ ଏହାର ପରିଦର୍ଶନ କରିବା ପରେ ବିଶ୍ବ କପ୍ କୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭାବେ ଏକ ଟୁର୍ଣ।ମେଣ୍ଟ ଆୟୋଜନ କରାଯିବ ବୋଲି ସରକାରୀ ଅଧିକାରୀଙ୍କ ସୂତ୍ରରୁ ସୂଚନା ଦିଆଯାଇଛି।

ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ବିର୍ସ। ମୁଣ୍ଡାଙ୍କ ନାମରେ ନାମିତ ଏହି ଷ୍ଟାଡିଅମ୍ କୁ କମ୍ ଖର୍ଚ୍ଚରେ ପରିବେଶ ଅନୁକୂଳ ତଥା ଶ୍ରେଷ୍ଠ ମ୍ୟାଚ୍ ଅନୁଭୂତି ଦେବା ଉଦ୍ଦେଶ୍ୟ ନିର୍ମ।ଣ କରାଯାଇଛି। ସେହିପରି ଏହାର ପ୍ରତିଟି ସିଟ୍ କୁ ଏଭଳି ନିର୍ମ।ଣ କରାଯାଇଛି ଯେ, ପଡିଆର ଚାରି ପଟରୁ ବିନା ବାଧା ବିଘ୍ନରେ ଖେଳକୁ ଉପଭୋଗ କରିହେବ। ଏହାଛଡା ବିଶ୍ବର ଯେ କୌଣସି ଅନ୍ୟ ଷ୍ଟାଡିଅମ୍ ଅପେକ୍ଷା ଏହା ପିଚ୍ ଠାରୁ ଦର୍ଶକ ଗ୍ୟାଲେରି ଅଧିକ ନିକଟତର ରହିଛି। 20 ଏକର ଜମିରେ ବିପିୟୁଟି କ୍ୟାମ୍ପସ୍ ରେ ନିର୍ମ।ଣାଧୀନ ଏହି ଷ୍ଟାଡିଅମ ପ୍ରତିଟି ଖେଳାଳୀଙ୍କୁ ବିଶ୍ବସ୍ତରୀୟ ଅନୁଭୂତି ଦେବ।

200 କୋଟି ବ୍ୟୟ ଅଟକଳରେ ନିର୍ମ।ଣ ହେଉଥିବା ଏହି ଷ୍ଟାଡିଅମ୍ ରେ ଆକର୍ଷଣୀୟ ଭିତ୍ତିଭୂମି ଉପଲବ୍ଧ ହେବ। ସବୁଠୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ପଡିଆର ପ୍ରାକ୍ଟିସ୍ ପିଚ୍ ଠାରୁ ପୋଷାକ ପରିବର୍ତ୍ତନ ରୁମ୍, ଫିଟନେସ୍ ସେଣ୍ଟର ଏବଂ ହାଇଡ୍ରୋ ଥେରାପି ପୁଲ୍ ଯାଏ ଏକ ଟନେଲ୍ ସଂଯୋଗ କରାଯାଇଛି। ଏହାବାଦ୍ ଅତିରିକ୍ତ ଶହେ କୋଟି ଟଙ୍କାରେ ଏକ ଅତିରିକ୍ତ ଆବାସିକ କୋଠାର ବ୍ୟବସ୍ଥା କରାଯାଇଛି। ଏଠାରେ ଟୁର୍ଣ।ମେଣ୍ଟ ସମୟରେ ଖେଳାଳୀଙ୍କ ସମେତ କର୍ମଚାରୀ ଏବଂ ଅଧିକାରୀ ରହିବାର ବ୍ୟବସ୍ଥା କରାଯାଇଛି।

ସୁନ୍ଦରଗଡ ଜିଲ୍ଲା ସମଗ୍ର ଦେଶରେ ହକିର ଏନ୍ତୁଡିଶାଳ ଭାବେ ପରିଚିତ। ଏଠାରୁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ଲାଜରୁସ ବାର୍ଲ।, ଇଗ୍ନେସ ତିର୍କି, ପ୍ରବୋଦ ତିର୍କି, ବୀରେନ୍ଦ୍ର ଲାକ୍ରାଙ୍କ ଭଳି ଆନ୍ତର୍ଜ।ତିକ ହକି ପ୍ରତିଭା ଜନ୍ମ ନେଇଛନ୍ତି। ଏହି ଷ୍ଟାଡିଅମ୍ ଏଭଳି ଅଗଣିତ ତାରକା ସୃଷ୍ଟି କରି ଚାଲିଥିବା ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପାଇଁ ଉତ୍ସର୍ଗୀକୃତ। ଗତବର୍ଷ ଫେବ୍ରୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କ ଦ୍ବାରା ଏହି ଆନ୍ତର୍ଜ।ତିକ ଷ୍ଟାଡିଅମର ଶିଳାନ୍ୟାସ ହୋଇଥିବା ବେଳେ କୋଭିଡ୍ ମହାମାରୀରୁ ଆରମ୍ଭ କରି ସବୁ ପ୍ରାକୃତିକ ବିପର୍ଯ୍ୟୟରେ ବି କାମ ଜୋରସୋରରେ ଜାରି ରହିଛି।

Comments are closed.