ଆଧୁନିକୀକରଣ କାମ : ୧୨ଟି ଟ୍ରେନର ଚଳାଚଳ ହେବ ବାତିଲ

ଭୁବନେଶ୍ୱର – ଖଡ଼ଗପୁର ଓ ହିଜଲି ଷ୍ଟେସନ ମଧ୍ୟରେ ଆଧୁନିକୀକରଣ କାମ ପାଇଁ ୧୨ଟି ଟ୍ରେନର ଚଳାଚଳ ବାତିଲ ହେବ । ମେ ୨୨ରେ ସଂପୂର୍ଣ୍ଣ ବାତିଲ ହେବ ୧୨ଟି ଟ୍ରେନ୍ । ୨ଟି ଟ୍ରେନ ଆଂଶିକ ଭାବେ ବାତିଲ କରାଯିବ । ଫଲକନୁମା ଏକ୍ସପ୍ରେସ ସିକନ୍ଦରାବାଦରୁ ୨୧ରେ ଓ ହାଓଡ଼ାରୁ ୨୨ରେ ବାତିଲ ହେବ ।

ଧଉଳି ଏକ୍ସପ୍ରେସ ଶାଲିମାର ଓ ପୁରୀ ପଟୁ ୨୨ ମେ ୨୨ରେ ବାତିଲ ହେବ। ଦୂରନ୍ତ ଏକ୍ସପ୍ରେସ ୨୨ରେ ହାଓଡ଼ାରୁ ଓ ୨୪ରେ ଯଶବନ୍ତପୁରରୁ ବାତିଲ ହେବ । ଇଷ୍ଟକୋଷ୍ଟ ଏକ୍ସପ୍ରେସ ୨୧ରେ ହାଇଦ୍ରାବାଦରୁ ଓ ୨୨ରେ ଶାଲିମାରରୁ ବାତିଲ ହେବ ।

୨୨ରେ ଜନ ଶତାବ୍ଦୀ ଏକ୍ସପ୍ରେସ ଉଭୟ ଭୁବନେଶ୍ବର ଓ ହାଓଡ଼ାରୁ ବାତିଲ ହେବ । ସାନ୍ତ୍ରାଗାଛି ଏକ୍ସପ୍ରେସ ୨୨ରେ ସାନ୍ତ୍ରାଗାଛି ଓ ୨୩ରେ ତିରୁପତିରୁ ବାତିଲ ହେବ । ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସ ମେ ୨୨ରେ ଉଭୟ ପଟୁ ବାତିଲ ହେବ
ଯଶବନ୍ତପୁର-ହାଓଡ଼ା ଏକ୍ସପ୍ରେସ ୨୧ରେ ଯଶବନ୍ତପୁରରୁ ଓ ୨୨ରେ ହାଓଡ଼ାରୁ ବାତିଲ ‌। ୨ଟି ଟ୍ରେନ ଆଂଶିକ ବାତିଲ, ୫ଟିର ଗତିପଥ ବଦଳିବ, ଗୋଟିଏ ଟ୍ରେନ ବିଳମ୍ବିତ
୨ଟି ଟ୍ରେନ ଆଂଶିକ ବାତିଲ, ୫ଟିର ଗତିପଥ ବଦଳିବ, ଗୋଟିଏ ଟ୍ରେନ ବିଳମ୍ବରେ ଚାଲିବ ।

Comments are closed.