ମାନବବାଦ କ୍ଷେତ୍ରରେ ସନ୍ଥ କବିଙ୍କ ବିଚାରଧାରା ଉଦାହରଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଜି ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ । ଏହି ଅବସରରେ ମହାନ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପରୋପକାର ଓ ମାନବବାଦ କ୍ଷେତ୍ରରେ ସନ୍ଥକବିଙ୍କ ବିଚାରଧାରା ଉଦାହରଣ ହୋଇ ରହିଛି। ସମାଜରେ ଆଧ୍ୟାତ୍ମିକତାର ପ୍ରସାର ସହ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ପ୍ରୟାସ ସର୍ବଦା ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.