ପ୍ରଥମ ପାନ ଇଣ୍ଡିଆ ମାଷ୍ଟ୍ରର୍ସ ଗେମରେ ବରଗଡ଼ ଖେଳାଳିଙ୍କ ସଫଳତା

ବରଗଡ : ବେଙ୍ଗାଲୁରୁରେ ଅନୁଷ୍ଠିତ ପ୍ରଥମ ପାନ୍ ଇଣ୍ଡିଆ ମାଷ୍ଟର୍ସ ଗେମ୍‌ରେ ବରଗଡ଼ର ସନ୍ତୋଷ ପ୍ରଧାନଙ୍କ ସଫଳତା ହାସଲ କରିବା ସହ ତିନୋଟି ସ୍ବର୍ଣ୍ଣ ପଦକ ଏବଂ ଗୋଟିଏ ରୌପ୍ୟ ହାସଲ କରିଛନ୍ତି । ଚଳିତ ମାସ ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସନ୍ତୋଷ ବ୍ୟକ୍ତିଗତ ଖେଳ ବିଭାଗ ଟ୍ରିପୁଲ ଜମ୍ପ , ଲଙ୍ଗ ଜମ୍ପ ଏବଂ ୧୧୦ ମିଟର ବାଧା ଦୌଡରେ ସ୍ବର୍ଣ୍ଣ ପଦକ ଏବଂ ହାଇ ଜମ୍ପରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ସନ୍ତୋଷ ଦିଲ୍ଲୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ମାଷ୍ଟର୍ସ ଗେମରେ ମଧ୍ୟ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପୋଲିସ ବିଭାଗରେ କାର୍ଯ୍ୟରତ ସନ୍ତୋଷଙ୍କ ଏହି ସଫଳତା ପାଇଁ ବରଗଡ଼ ଆରକ୍ଷୀ ଅଧିକ୍ଷକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Comments are closed.