ସାଂସ୍କୃତିକ ବିବିଧତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ଆପୋଷ ଆଲୋଚନା ଓ ବିକାଶ ପାଇଁ ସାଂସ୍କୃତିକ ବିବିଧତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାଜର ବିବିଧ ସଂସ୍କୃତି ଓ ପରମ୍ପରା କୁ ସ୍ବୀକୃତି ଦେବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାଂସ୍କୃତିକ ବିବିଧତା ସହ ଆପୋଷ ବୁଝାମଣା ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ନିରବଚ୍ଛିନ୍ନ ବିକାଶ ପାଇଁ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.