୧୨ ତମ ମିନି ଓ ୪ର୍ଥ ଶୁଶୁ ଜାତୀୟ ତୀରନ୍ଦାଜି ପ୍ରତିଯୋଗିତାରେ ସମ୍ବଲପୁରର ୩ ପ୍ରତିଯୋଗୀ

ସମ୍ବଲପୁର: ଆସନ୍ତା କାଲି ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ରାଜମେନ୍ଦ୍ରି ଠାରେ ଅନୁଷ୍ଠିତ ହେବାକୁ ଥିବା ୧୨ ତମ ଓ ୪ର୍ଥ ଶିଶୁ ଜାତୀୟ ତୀରନ୍ଦାଜି ପ୍ରତିଯୋଗିତାରେ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଉର୍ତ୍ତୀର୍ଣ୍ଣ ହୋଇଥିବା ବେଲେ ସବୁ ପ୍ରତିଯୋଗୀ ଯୁଯୋମୁରା ବ୍ଲକର । ଏହି ୨ ପ୍ରତିଯୋଗିତାରେ ଓଡିଶା ପକ୍ଷରୁ ୧୫ ଜଣ ପ୍ରତିଯୋଗି ଭାଗ ନେବାକୁ ଥିବାବେଳେ ଶିଶୁ ବିଭାଗରେ ଓଡିଶାର ୬ ଜଣଙ୍କ ମଧ୍ୟରୁ ୩ ଜଣ ସମ୍ବଲପୁର ଜିଲ୍ଲା ଯୁଯୋମୁରାରୁ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୨ ଭାଇ ଭଉଣୀ ଅନ୍ୱୈଶା ଦେହୂରୀ ଓ ଅର୍ଣ୍ଣବ୍ ଦେହୂରୀଙ୍କ ସହିତ ଖୁସବୁ ହସମୂର୍ତ୍ତି ସ୍ଥାନ ପାଇଛନ୍ତି। ଯୁଯୋମୁରାର ମିତ୍ରଭାନୁ ମହାପାତ୍ର ଏମାନଙ୍କୁ ପ୍ରଶିକ୍ଷଣ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ମାନସ ରଞ୍ଜନ ମୁଣ୍ଡା ଉଭୟେ ପ୍ରଶିକ୍ଷଣ ଦେବା ସହ ଗାଇଡ କରୁଛନ୍ତି । ଅନ୍ୱୈଶା ଓ ଅର୍ଣ୍ଣବ୍ ଯୁଯୋମୁରାର ପ୍ରଗତିସାଥୀ ଲକ୍ଷ୍ମୀ କାନ୍ତ ଦେହୁରୀଙ୍କ ନାତୁଣୀ,ନାତି ଓ କିଶୋର ଦେହୂରୀଙ୍କ ଝିଅ,ପୁଅ। ଜୁନିଅର ଓ ସିନିଅର ଉଭୟ ଜାତୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ଅନ୍ୟମାନେ ହେଲେ ସ୍ୱପ୍ନିଲ ପଣ୍ଡା,ରସାନନ୍ଦ ବିରୁଆ,ନାରାୟଣ ଜାନୀ,ଶ୍ରୀରାମ ହେମ୍ବ୍ରମ୍,ଦୀପକ ସେଠୀ,ସଞ୍ଜୟ ଗୁଣ୍ଚ,ସ୍ପୋନଶ୍ରୀ ନାୟକ,ସାଇଲକ୍ଷ୍ମୀ ନାୟକ,ଜାଇନା ଇସଲାମ୍,ଆରତୀ ମୁଣ୍ଡା ଓ ପଜ୍ଞା ଦଳେଇ । ଆଜି ଆନ୍ଧ୍ରପ୍ରଦେଶର ରାଜମେନ୍ଦ୍ରିକୁ ଯାତ୍ରାକରିଥୁବା ଜାତୀୟ ସ୍ତରର ଓଡିଶାର ସମସ୍ତ ପ୍ରତିଯୋଗୀଙ୍କ ସଫଳତା ପାଇଁ ମାଁ ସମଲେଶ୍ବରୀଙ୍କ ଠାରେ ପ୍ରାର୍ଥନା କରାଯାଇଛି ।

Comments are closed.