କଳିଙ୍ଗା ଘାଟି ଦେଇ ଟୁରିଷ୍ଟ ବସ ଚଳାଚଳ ନେଇ ଏମିତି କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର – ଟୁରିଷ୍ଟ ବସ କଳିଙ୍ଗା ଘାଟି ଦେଇ ଯାଇ ପାରିବ। ବାହାର ରାଜ୍ୟର ଯେଉଁ ଡ୍ରାଇଭରଙ୍କ ଘାଟିରେ ଗାଡ଼ି ଚଲାଇବାର ଅନୁଭବ ଓ ଅଭିଜ୍ଞତା ଅଛି, ସେମାନେ ହିଁ ଘାଟିରେ ଗାଡ଼ି ନେଇ ପାରିବେ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଯାହାର ଅଭିଜ୍ଞତା ନାହିଁ ସେମାନେ ଦଶପଲ୍ଲା ରାସ୍ତା ଦେଇ ଗାଡ଼ି ନେବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ ।ଏ ନେଇ ପୋଲିସ ଓ ପରିବହନ ବିଭାଗ ଟୁରିଷ୍ଟ ବସ ଡ୍ରାଇଭରମାନଙ୍କୁ ରୁଟ ପରିବର୍ତ୍ତନ ପାଇଁ ସଚେତନ କରିବେ । ଆଜି ଏ ବାବଦରେ ବୈଠକ ବସିବ। ପଶ୍ଚିମବଙ୍ଗ, ଗୁଜରାଟର ଡ଼୍ରାଇଭର ମାନଙ୍କ ଘାଟିରାସ୍ତାରେ ଗାଡ଼ି ଚଳାଇବାର ଅଭିଜ୍ଞତା ନ ଥିବା ଅନୁମାନ କରାଯାଉଛି। ଗତକାଲିର କଳିଙ୍ଗା ଘାଟି ଦୁର୍ଘଟଣାର ରିପୋର୍ଟ ମଗାଯାଇଛି ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

Comments are closed.