ଚିଲିକା ମଝିରେ ଅଟକିଲା ଡଙ୍ଗା

ପୁରୀ – ଯାନ୍ତ୍ରିକ ତ୍ରୁଟି ଯୋଗୁ ଚିଲିକା ମଝିରେ ଅଟକିଲା ଡଙ୍ଗା।ଆଜି ସକାଳେ ଏକ ଦେଶୀ ଡଙ୍ଗା ୪୦ ଜଣ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିଲା। ଦେଢ଼ କିମି ଯିବା ପରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ ଡଙ୍ଗାଟି ଚିଲିକା ମଝିରେ ଅଟକି ରହିଥିଲା। ଡଙ୍ଗାରେ ୪୦ ଯାତ୍ରୀ ଥିବା ବେଳେ ୯ଟି ବାଇକ୍ ରହିଛି। ତେବେ ମଝି ଚିଲିକାରେ ଫସି ରହିଥିବା କାରଣରୁ ଏଥିରେ ଥିବା ଯାତ୍ରୀମାନେ ଭଯଭୀତ ଅବସ୍ଥାରେ ଅଛନ୍ତି। ନାଉରିଆ ଡଙ୍ଗାକୁ ବାଉଁଶ କାତ ମାଧ୍ୟମରେ କୂଳକୁ ଆଣିବାକୁ ଉଦ୍ୟମ କରୁଥିବା ଜଣାଯାଇଛି।

Comments are closed.